ଚୋରା କାଠ ବୋଝେଇ ଭ୍ୟାନ୍ ଜବତ, ଜଣେ ଗିରଫ

ଚୋରା କାଠ ବୋଝେଇ ଭ୍ୟାନ୍ ଜବତ, ଜଣେ ଗିରଫ


ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ସଫା ଅଞ୍ଚଳରୁ ଚେରା ଶାଗୁଆନ୍ କାଠ ଗଣ୍ଡି ବୋଝେଇ କରି କଟକ ଅଭିମୁଖେ ଯାଉଥିବା ଏକ ବୋଲେରୋ ପିକ୍‌ଅପ୍ ଭ୍ୟାନ୍‌କୁ ଚୌଦ୍ୱାର ପୋଲିସ ଜବତ କରିଛି ।ପୋଲିସ ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଏସ୍ ଆଇ ପାର୍ଥ ପ୍ରତିମ ବେଉରା ଥାନା କର୍ମଚାରୀଙ୍କ ସହିତ କୋଭିଡ଼ ଡିଉଟି କରୁଥିବାବେଳେ ଏକ ଗାଡ଼ିରେ ଚୋରା କାଠ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ଚାଉଳିଆ ପୋଲ ନିକଟରେ ଜଗି ରହିଥିଲେ । ପିକ୍ ଅପ୍ ଭ୍ୟନ୍‌ଟି ପହଞ୍ଚିବା ମାତ୍ରେ ଏହାକୁ ଅଟକାଇ ତଲାସି କରିବାରୁ ସେଥିରେ ୧୯ଖଣ୍ଡ ଶାଗୁଆନ୍ ଗଣ୍ଡିଥିବା ଦେଖିବାକୁ ମିଳିଥିଲା ।କାଠ ସହ ଭ୍ୟାନ୍‌କୁ ଥାନାକୁ ଅଣାଯିବା ସହିତ ଭ୍ୟାନ୍ ଡ୍ରାଇଭର କଟକ ଜିଲା ବାରଙ୍ଗ ଥାନା ବ୍ରାହ୍ମଣିଗାଁର ମନୋଜ ବସ୍ତିଆ(୨୫)କୁ ଗିରଫ କରାଯାଇଛି । ଉକ୍ତ କାଠ ସଫା ଜଙ୍ଗଲରୁ କାଟିଥିବା ଏବଂ ଏହାକୁ ବିକ୍ରିପାଇଁ କଟକ ୪୨ମୌଜାକୁ ନେଉଥିବା ମନୋଜ ପୋଲିସ ଆଗରେ ପ୍ରକାଶ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *