ଚିତ୍ର ଓ ବକୃତାରେ ପରିବେଶ ସଚେତନତା


କଟକ(ଏନ୍‌.ଏମ୍‌.): ଚିତ୍ର; ଯାହାକି ଏକ ଛବିର ପରିଭାଷା। ଚିତ୍ରକର ହେଉଛି ଭାବୁକ। ଭାବନାର ପରିଭାଷାକୁ ଚିତ୍ରରେ ପରିପ୍ରକାଶ କରୁଥିବା ବ୍ୟକ୍ତି ହିଁ ଜଣେ ସଫଳ ଚିତ୍ରକର। ଯାହାଙ୍କୁ ଖୋଜିବା ଦିଗରେ ଆଗେଇ ଆସିଛି ‘ନିଉ ଭିଜନ ଫାଉଣ୍ଡେସନ’। ଆରମ୍ଭ କରିଛି ପରିବେଶ ଭିତିକ ଚିତ୍ରାଙ୍କନ ପ୍ରତିଯୋଗିତା। ଖାଲି ଚିତ୍ରାଙ୍କନ ନୁହେଁ ବକୃତା ପ୍ରତିଯୋଗିତା ବି କରାଯାଇଥିଲା ଆୟୋଜନ। ଏଭଳି ଏକ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବ୍ରଜବିହାରୀପୁରରେ। ପରିବେଶ ସୁରକ୍ଷା ଓ ସୁସ୍ଥ ପରିବେଶ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ଥିଲା ପ୍ରସଙ୍ଗର ବିଷୟବସ୍ତୁ। ଏହି ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବ୍ରଜବିହାରୀପୁରର ସମସ୍ତ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ମଞ୍ଜୁଲତା ପତିଙ୍କ ସହିତ ବରୁଣ ବେହେରା ଯୋଗ ଦେଇଥିଲେ। କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନିଉ ଭିଜନ ଫାଉଣ୍ଡେସନର ସମ୍ପାଦିକା କୁମାରୀ ନଫିସା ବେଗମ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଏଥିରେ ଜୁଲି ଦାସ, ବିକାଶ ଦାସ, ଧରିତ୍ରୀ, ସୁଦାମ ସେଠୀ, କୃଷ୍ଣ ସେଠୀ, ରତିକାନ୍ତ ଦାସ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଫାଉଣ୍ଡେସନ ସଭାପତି ବିକ୍ରମ କେଶରୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *