ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ଶହେ ଏକ ତମ ଜୟନ୍ତୀ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ଶହେ ଏକ ତମ ଜୟନ୍ତୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ଧର୍ମପଦ ପୁରସ୍କାରପ୍ରାପ୍ତ ଅଜିତ୍ କେଶରୀ ରାୟ ଲଣ୍ଡନ ସ୍କୁଲ ଅଫ୍ ଆର୍ଟରୁ ଶିଷାପ୍ରାପ୍ତ ପରେ ଓଡ଼ିଶାରେ ଆଧୁନିକ ଚିତ୍ରକଳାକୁ ପରିବ୍ୟାପ୍ତ କରି ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି । ଯେତେବେଳେ ସମଗ୍ର ଭାରତବର୍ଷରେ ପାରମ୍ପରିକ ଚିତ୍ରକୁ ନେଇ ଚିତ୍ରଶିଳ୍ପୀମାନେ ସ୍ୱପ୍ନ ଦେଖୁଥିଲେ ସେହି ସମୟରେ ଅଜିତ କେଶରୀ ରାୟ ଓଡ଼ିଶାରେ କର୍ମମୟ ଜୀବନ ଆରମ୍ଭକରି ଚିତ୍ରକଳାକୁ ନୂଆଦିଶା ଦେଇଥିଲେ, ତେଣୁ ଚିତ୍ରଶିଳ୍ପୀଙ୍କ ପୈତୃକ ସ୍ଥାନ ରାଣୀହାଟରେ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଶିଷ୍ଟ ଅତିଥି ମତପ୍ରକାଶ କରିଥିଲେ । ଯେତେବେଳେ ଚିତ୍ରକଳାର କୌଣସି ଆଦର ନଥିଲା ସେତେବେଳେ ଜଣେ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରି ପ୍ରଥମ ପ୍ରାଇଭେଟ୍ ଡୁନ୍ ସ୍କୁଲରେ ଶିକ୍ଷା ସମାପ୍ତିକରି ଚିତ୍ରକଳା କ୍ଷେତ୍ରର ପାଦରଖିବା ସମାଜ ପାଇଁ ବହୁତ ବଡ଼ ଦୃଷ୍ଟାନ୍ତ । ଭାରତର ଶ୍ରେଷ୍ଠ କୋଡ଼ିଏ ଜଣ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଅଜିତ କେଶରୀ ରାୟ ଅନ୍ୟତମ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଓ ଆଧୁନିକ ଚିତ୍ରକଳାର ଜନକ ପାବ୍ଲୋ ପିକାଶୋଙ୍କ ସହିତ ତୁଳନାକରି ମୁଖ୍ୟବକ୍ତା ଡକ୍ଟର ଧରଣୀଧର ନାଥ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ । ତାଙ୍କ ସହିତ ବିତେଇଥିବା ଦିନର ସ୍ମୃତି ଚାରଣ କରିଥିଲେ । ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ ଆଜିକାଲି ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ଚିତ୍ରଶିଳ୍ପୀଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହେବାର ଦେଖିବାକୁ ମିଳୁଛି । ଅନ୍ୟତମ ସମ୍ମାନିତ ଚିତ୍ରଶିଳ୍ପୀ ପ୍ରଣବ ଅଖଣ୍ଡ କୁନିକୁନି ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଅଜିତ କେଶରୀ ରାୟଙ୍କ ପରି ପ୍ରତିଭା ସମ୍ପନ୍ନ ଚିତ୍ରଶିଳ୍ପୀଙ୍କୁ ଦେଖୁଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଓଡ଼ିଶା ଲଳିତକଳା ଏକାଡେମୀର ପ୍ରାକ୍ତନ ସଚିବ ତଥା ଗ୍ରୁପର ସଭାପତି ରବି ନାରାୟଣ ରଥ ଓଡ଼ିଶାରେ ସମକାଳୀନ ଚିତ୍ରକୁ ନୂତନ ଦିଗଦର୍ଶନ ଦେଇ ଇତିହାସ ରଚିଯାଇଛନ୍ତି ବୋଲି କହିଥିଲେ ଓ ଶ୍ରୀ ରାୟଙ୍କ ଜୀବନ ଓ ଦର୍ଶନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ଶହେ ଏକ ତମ ଜୟନ୍ତୀ ଉତ୍ସବ ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୁପର ସଂପାଦକ ଶଶିକାନ୍ତ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ତିନୋଟି ବିଭାଗରେ ଶତାଧିକ କୁନିକୁନି ଚିତ୍ରଶିଳ୍ପୀ ଭାଗ ନେଇଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୁଶାନ୍ତ କୁମାର ରାଉତ, ଲକ୍ଷ୍ମୀଧର ରଣା, ବିମ୍ବାଧର କୁଅଁର, ଓ ସୋମା ଏମ୍ ବାଗଚୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରିଷ୍ଠ ପ୍ରକାଶକ ଉମେଶ ପ୍ରସାଦ ସାହୁ, ଗାଳ୍ପିକ ଓ ଗୀତିକବି ମନୋଜ ପଟ୍ଟନାୟକ, ସଂଳାପକାର ସଞ୍ଜୟ ମହାକୁଳ ଓ ରାଜକିଶୋର ମହାନ୍ତି ଅଜିତ କେଶରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚିତ୍ରଶିଳ୍ପୀ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *