ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ଧର୍ମପଦ ପୁରସ୍କାରପ୍ରାପ୍ତ ଅଜିତ୍ କେଶରୀ ରାୟଙ୍କ ୧ଶତ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ଲଣ୍ଡନ ସ୍କୁଲ ଅଫ୍ ଆର୍ଟରୁ ଶିଷାପ୍ରାପ୍ତ ପରେ ଓଡ଼ିଶାରେ ଆଧୁନିକ ଚିତ୍ରକଳାକୁ ପରିବ୍ୟାପ୍ତ କରି ନୂତନ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି । ଯେତେବେଳେ ସମଗ୍ର ଭାରତବର୍ଷରେ ପାରମ୍ପରିକ ଚିତ୍ରକୁ ନେଇ ଚିତ୍ରଶିଳ୍ପୀମାନେ ସ୍ୱପ୍ନ ଦେଖୁଥିଲେ ସେହି ସମୟରେ ଅଜିତ କେଶରୀ ରାୟ ଓଡ଼ିଶାରେ କର୍ମମୟ ଜୀବନ ଆରମ୍ଭକରି ଚିତ୍ରକଳାକୁ ନୂଆଦିଶା ଦେଇଥିଲେ । ତେଣୁ ଚିତ୍ରଶିଳ୍ପୀଙ୍କ ପୈତୃକ ସ୍ଥାନ ରାଣୀହାଟରେ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ ଓ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ତୈଳଚିତ୍ରରେ ସ୍ଥାନ ଦେବାପାଇଁ ବିଶିଷ୍ଟ ଅତିଥି ମତପ୍ରକାଶ କରିଥିଲେ । ଯେତେବେଳେ ଚିତ୍ରକଳାର କୌଣସି ଆଦର ନଥିଲା ସେତେବେଳେ ଜଣେ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରି ପ୍ରଥମ ପ୍ରାଇଭେଟ୍ ଡୁନ୍ ସ୍କୁଲରେ ଶିକ୍ଷା ସମାପ୍ତିକରି ଚିତ୍ରକଳା କ୍ଷେତ୍ରର ପାଦରଖିବା ସମାଜ ପାଇଁ ବହୁତବଡ଼ ଦୃଷ୍ଟାନ୍ତ । ଶ୍ରେଷ୍ଠ କୋଡ଼ିଏଜଣ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଅଜିତ କେଶରୀ ରାୟ ଅନ୍ୟତମ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ବୋଲି ସୂଚନା ଦେବା ସଂଗେସଂଗେ ପ୍ରତ୍ୟେକ ଶିଶୁ ପ୍ରତିଭା ଭିତରେ ସେମାନଙ୍କର ମା’ ପୃଥିବୀର ଶ୍ରେଷ୍ଠ ଚିତ୍ରଶିଳ୍ପୀଭାବରେ ଅନୁଭବ କରନ୍ତୁ ବୋଲି ମୁଖ୍ୟବକ୍ତା ସ୍ତମ୍ଭକାର ଅରୁଣ ପଣ୍ଡା କହିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ଗୀତିକବି ସମାଜର ସଭାପତି ମନୋଜ ପଟ୍ଟନାୟକ କୁନିକୁନି ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଅଜିତ କେଶରୀ ରାୟଙ୍କ ପରି ପ୍ରତିଭା ସମ୍ପନ୍ନ ଚିତ୍ରଶିଳ୍ପୀଙ୍କୁ ଦେଖୁଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଓଡ଼ିଶା ଲଳିତକଳା ଏକାଡେମୀର ପ୍ରାକ୍ତନ ସଚିବ ତଥା ଗ୍ରୁପର ସଭାପତି ରବି ନାରାୟଣ ରଥ ଓଡ଼ିଶାରେ ସମକାଳୀନ ଚିତ୍ରକୁ ନୂତନ ଦିଗଦର୍ଶନ ଦେଇ ଇତିହାସ ରଚିଯାଇଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଚିତ୍ରଶିଳ୍ପୀ ପ୍ରଣବ ଅଖଣ୍ଡ ରାୟଙ୍କ ଜୀବନ ଓ ଦର୍ଶନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ଶହେତମ ଜୟନ୍ତୀ ଉତ୍ସବ ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୁପର ସଂପାଦକ ଶଶିକାନ୍ତ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ତିନୋଟି ବିଭାଗରେ ଶତାଧିକ କୁନିକୁନି ଚିତ୍ରଶିଳ୍ପୀଭାଗ ନେଇଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୁଶାନ୍ତ କୁମାର ରାଉତ, ଲକ୍ଷ୍ମୀଧର ରଣା, ଦେବାଶିଷ ସାହୁ ଓ ଜ୍ୟୋତି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରିଷ୍ଠ ପ୍ରକାଶକ ଉମେଶ ପ୍ରସାଦ ସାହୁ ଅଜିତ କେଶରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲାବେଳେ ପ୍ରଶାସକ ଧରଣୀଧର ନାଥ ସ୍ୱର୍ଗତ ରାୟଙ୍କ ଜୀବନୀ ଉପରେ ଏକ ବାର୍ତ୍ତା ପ୍ରେରଣ କରିଥିଲେ । ଗୀତିକବି ପ୍ରେମଚାନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *