ଚକରା ବିଷୋୟୀଙ୍କର ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି

ଚକରା ବିଷୋୟୀଙ୍କର ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସାରା ଦେଶରେ କୋଭିଡ୍‌-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
ପରାଧୀନ ଭାରତରେ ସର୍ବଦା ବିପ୍ଳବର ସ୍ୱର ଝଙ୍କୃତ ହୋଇଥିବାବେଳେ ବହୁ ମହାନ ବିପ୍ଳବୀଙ୍କର ଆବିର୍ଭାବ ହୋଇଛି । ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚକରା ବିଷୋୟୀ ଅନ୍ୟତମ । ତତ୍‌କାଳୀନ ଘୁମୁସୁର ରାଜ୍ୟ ଥିଲା ପ୍ରଭାବଶାଳୀ ଏବଂ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ବ୍ରିଟିଶରମାନଙ୍କଠାରୁ ଜନ୍ମଭୂମିକୁ ସୁରକ୍ଷିତ ରଖିବା ପାଇଁ ବିପ୍ଳବର ଅଗ୍ନିଶିଖାକୁ ସ୍ୱାଧୀନଚେତା ତଥା ଦୁର୍ଦ୍ଦର୍ଷ ଆଦିବାସୀମାନଙ୍କ ମଧ୍ୟରେ ଜାଗୃତ କରିବାରେ ବିପ୍ଳବୀ ଚକରା ବିଷୋୟୀ ନେତୃତ୍ୱ ନେଇଥିଲେ । ଜନ୍ମମାଟିର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ଦେଶଭକ୍ତି, ସଂଘର୍ଷ, ବଳିଦାନ ଓ ବୀରତ୍ୱର ଗାଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ଶା ରିଭ୍ୟୁର ସଂପାଦକ ଡକଫର ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *