ଗ୍ରାମାଭିମୁଖୀ ଗଜରାଜ: ନାକେଦମ ବନ ବିଭାଗ କର୍ମଚାରୀ

ଗ୍ରାମାଭିମୁଖୀ ଗଜରାଜ: ନାକେଦମ ବନ ବିଭାଗ କର୍ମଚାରୀ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଗଜରାଜ ସହ ଜନସାଧାରଣଙ୍କ ମଧ୍ୟରେ ଚାଲିଛି ଲୁଚୁକାଳି ଖେଳ । କେଉଁଠି ହାତୀ ଗାଁ ଭିତରକୁ ପଶି ଆସୁଛନ୍ତି ତ ଆଉ କେଉଁଠି ଲୋକେ ହାତୀକୁ ମାରିଦେଉଥିବା ଦେଖିବାକୁ ମିଳିଛି । ଏମିତି ବାରମ୍ବାର ହାତୀ-ମଣିଷ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ । ହାତୀମାନେ ଗାଁ ମୁହାଁ ହେଉଥିବାବେଳେ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଠଗଡ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ୍ ଖୁଣ୍ଟୁଣୀ ବଜାର ସ୍ଥିତ ମେଡିକାଲ ରୋଡ଼ ପଟନାୟକ ବଙ୍ଗଳା ଭିତରେ କପିଳାସ ଜଙ୍ଗଲରୁ କିଛି ହାତୀ ଖସି ଆସିଥିବାବେଳେ ସେମାନଙ୍କ ଭିତରୁ ଦୁଇଟି ବଡ଼ ହାତୀ ଓ ଗୋଟିଏ ଛୁଆ ହାତୀ ଖୁଣ୍ଟୁଣୀ ଗ୍ରାମ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବାର ଦେଖିବାକୁ ମିଲିଛି । ତେବେ ଗ୍ରାମବାସୀମାନେ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଛନ୍ତି । ଏହାସହ ହାତୀଟିକୁ ଦେଖିବା ପାଇଁ ହଜାର ହଜାର ଲୋକ ରାସ୍ତା ଉପରେ ଠିଆ ହୋଇଥିବାରୁ ହାତୀ ମାନେ ଚାରି ଆଡେ ଦୌଡ଼ୁଛନ୍ତି । ଏହାପରେ ବନ କର୍ମଚାରୀମାନେ ଆସି ବାଣ, ଗୁଳା ଓ ଗ୍ୟାସ ଛାଡି ହାତୀମାନଙ୍କୁ ଗ୍ରାମ ଭିତରକୁ ପ୍ରବେଶ ନକରିବା ପାଇଁ ଘଉଡାଇ ବାକୁ ଚେଷ୍ଟା କରୁଥିବାରୁ ହାତୀମାନେ ଇତସ୍ତତଃ ହୋଇ ୫୫ ନମ୍ୱର୍ ଜାତୀୟ ରାଜପଥ ଆଡେ ପ୍ରବେଶ କରିବା ପାଇଁ ଦୌଡ଼ୁଥିବାବେଳେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି କାରଣ ହଜାର ହଜାର ଯାନବାହନ ଚଳାଚଳ କରୁଥିବାରୁ କୌଣସି ମତେ ବିପଦ ନହେବା ଲାଗି ସେଥିପାଇଁ ବନବିଭାଗ ଖୁଣ୍ଟୁଣୀ ପୁଲିସର ସହାୟତା ନେଇ ହାତୀମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି । କୌଣସି ପରିସ୍ଥିତରେ ବି ଖୁଣ୍ଟୁଣୀ ଗ୍ରାମ ଭିତରକୁ ହାତୀମାନଙ୍କୁ ପୁରାଇ ନଦେବାକୁ ବନବିଭାଗ ଉଦ୍ୟମ ଜାରୀ ରହିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *