ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

(ଫଟୋ-କାହ୍ନୁଚରଣ ପଣ୍ଡା)

କଟକ(ଏନ୍‌.ଏମ୍‌.): ଗୋପବନ୍ଧୁ ସେବା ସଂଗଠନର ସହ ସମ୍ପାଦକ ପ୍ରମେୟ କାନୁନଗୋଙ୍କ ବିୟୋଗରେ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗତପୁରସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ୱର୍ଗତ ପ୍ରମେୟ କାନୁନଗୋଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ନିରବ ପ୍ରାର୍ଥନା କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ମାନସ ପରିଡା, ଉପଦେଷ୍ଟା କୈଳାଶ ଜେନା, କବି ମନୋରଞ୍ଜନ ପଣ୍ଡା, କିଶୋର ନାୟକ, ଉଦୟ କେଶରୀ ବର୍ମା, ଅଲେଖ ଚନ୍ଦ୍ର ବେହେରା, ତୀର୍ଥାନନ୍ଦ ପଣ୍ଡା, ରଶ୍ମୀକାନ୍ତ ସାମଲ, ଗୋବର୍ଦ୍ଧନ ସାହୁ, ଲଳିତ ଭୂୟାଁ, ଦେବାନନ୍ଦ ବେହେରା, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *