ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ

ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ

News by Basanta Ratha (Cuttack)

#କିଶନନଗର(ଏନ୍‌.ଏମ୍‌.): ବହୁ ବାଦ୍ ବିବାଦ ପରେ ଗୋଚର ଜମିରେ ବେଆଇନ ଘରକୁ ଭାଙ୍ଗିଦେଲା କିଶନନଗର ତହସିଲ ପ୍ରଶାସନ । ଏଭଳି ଘଟଣା ଘଟିଛି ବୋଧପୂର ଗ୍ରାମରେ । ଜନୈକ ହରିଜନ ମହିଳା ତରଙ୍ଗ ବାଳା ଦାସ୍ ଶ୍ୱଶୁର ଘର ଛାଡି ବାପ ଘର ବୋଧ ପୂର ଗ୍ରାମରେ ଥିବା ଏକ ଗୋଚର ଜମିରେ ଜୋର ଜବରଦସ୍ତ ଘର କରି ରହିଥିଲେ । ଯାହାକୁ ନେଇ ଗ୍ରାମବସୀ ବିରୋଧ କରିବା ସହ କିଶନନଗର ତହସିଲରେ ଲିଖିତ ଅଭିଯୋଗ କରି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ତହସିଲଦାର ମଧୁସୁଦନ ନାୟକ ଘଟଣାର ସରଜମିନ୍ ତଦନ୍ତକରି ପୀଡ଼ିତା ମହିଳାଙ୍କୁ ନୋଟିସ୍ ଜାରିକରି ଘର ନକରିବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ ମହିଳା ଜଣଙ୍କ ଏହାକୁ ବେଖାତିର କରି ଘର ନିର୍ମାଣ କରିବାକୁ ଊଦ୍ୟମ କରି ଥିଲେ । ତେବେ ଗ୍ରାମବସୀଙ୍କ କଡ଼ା ବିରୋଧ ଏବଂ ତହସିଲଦାରଙ୍କ ନୋଟିସକୁ ଅବାମାନନା କରିବା ସହ ଆଇନକୁ ବେଖାତିର୍ କରିଥିଲେ ମହିଲା । ଏଭଳି ସ୍ଥିତିରେ କୋର୍ଟଙ୍କ ଆଇନ ବଳରେ ବେଆଇନ ଘରକୁ ଜେସିବି ଲଗାଇ ଭାଙ୍ଗି ଦେବାରେ ସଫଳ ହୋଇଛି କିଶନନଗର ତହସିଲ । ଅପର ପଟେ ପୀଡ଼ିତା ମହିଲାଙ୍କୁ ଥଇଥାନ ବ୍ୟାବସ୍ଥା ନକରି ଘର ଭାଙ୍ଗି ଘଟନାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୀଡ଼ିତା ମହିଳା । ଅନ୍ୟ ପଟେ ପୀଡ଼ିତାଙ୍କୁ ତୂରନ୍ତ ଥଇଥାନ କରିବା ସହ ସରକାରୀ ଜମି ଯୋଗାଇ ଦେବାକୁ ଦାବି ହୋଇଛି । ତେବେ ଆଇନ ଅନୁଯାୟୀ ଉଚ୍ଛେଦ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ କିଶନନଗର ତହସିଳଦାର ମଧୁସୂଦନ ନାୟକ, ଏସଡିପିଓ ବିମଲ ବାରିକ, ଆରଅଇ କିଶନନଗର ଥାନା ଅଧିକରୀ ରଶ୍ମି ରଞ୍ଜନ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଏହି ବେଆଇନ ଜବର ଦଖଲକୁ ଉଛେଡ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *