ଗାନ୍ଧୀ ଭବନରେ “ପାଲେଷ୍ଟାଇନରେ ଶାନ୍ତି ପ୍ରତିଷ୍ଠା ଓ ଭାରତର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର


#କଟକ(ଏନ୍‌.ଏମ୍‌.): ଆମ ଦେଶର ବିଦେଶ ନୀତି ଅନୁଯାୟୀ ପ୍ରତ୍ୟେକ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେଇ ଇସ୍ରାଏଲର ଫିଲସ୍ଥିନ ସ୍ୱାଧୀନତା ଉପରେ ଆକ୍ରମଣକୁ ପ୍ରତ୍ୟେକ ଭାରତୀୟ ନାଗରିକ ନିନ୍ଦା କରିବା ଜାତୀୟ କର୍ତ୍ତବ୍ୟ। ଭାରତର ନୀତି ବିରୋଧରେ ଯାଇ ଆକ୍ରମଣକାରୀ ଇସ୍ରାଏଲକୁ ଆମ ଦେଶରୁ ଅସ୍ତ୍ରଶସ୍ତ୍ର ରପ୍ତାନି କରିବା ଅନୈତିକ। ଆମେ ଇସ୍ରାଏଲ ଓ ପାଲେଷ୍ଟାଇନ ଦୁଇଟି ସ୍ୱତନ୍ତ୍ର ସାର୍ବଭୌମ ସ୍ୱାଧୀନ ରାଷ୍ଟ୍ର ରୂପେ ଦେଖିବାକୁ ଚାହୁଁ। ସେଥିପାଇଁ କେନ୍ଦ୍ର ସରକାର ପାଲେଷ୍ଟାଇନ ସପକ୍ଷରେ ରହିବା ଆବଶ୍ୟକତା ରହିଛି ବୋଲି ଇଣ୍ଡିଆ -ପାଲେଷ୍ଟାଇନ ସଲିଡାରିଟ ଫୋରମ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ଠାରେ “ପାଲେଷ୍ଟାଇନରେ ଶାନ୍ତି ପ୍ରତିଷ୍ଠା ଓ ଭାରତର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫୋରମର ରାଷ୍ଟ୍ରୀୟ ଅଧ୍ୟକ୍ଷ ବରିଷ୍ଠ କୃଷକ ନେତା ଡକ୍ଟର ସୁନୀଲମ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଫୋରମର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପରିବେଶବିତ୍ ପ୍ରଫୁଲ ସାମନ୍ତରା ଫିଲିସ୍ଥିନମାନଙ୍କ ଶାନ୍ତି ଓ ନ୍ୟାୟ ପାଇଁ ପ୍ରସ୍ତାବ ପାରିତ କରି କହିଲେ ଯେ, “ଆମେ ଇଣ୍ଡିଆ ପାଲେଷ୍ଟାଇନ ସଲଡାରିଟି ଫୋରମ ଏବଂ ଉପସ୍ଥିତ ନାଗରିକମାନେ ଗାଜା ଉପରେ ଇସ୍ରାଏଲ ଦ୍ୱାରା ଦୀର୍ଘ ୧୧ ମାସ ଧରି କରା ଯାଉଥିବା ବର୍ବର ଆକ୍ରମଣର ଘୋର ନିନ୍ଦା କରୁଛୁ। ଏ ପର୍ଯ୍ୟନ୍ତ ୪୦,୮୦୦ ଫିଲିସ୍ଥାନି (ଯେଉଁଥିରେ ୮୦ ପ୍ରତିଶତ ଶିଶୁ ଓ ମହିଳା)ଙ୍କୁ ହତ୍ୟା କରାଗଲାଣି। ବିଶ୍ୱ ପ୍ରସିଦ୍ଧ ମେଡିକାଲ ପତ୍ରିକା ଲଂସେଟର ତଥ୍ୟ ଅନୁଯାୟୀ ୨ ଲକ୍ଷରୁ ଅଧିକ ଫିଲସ୍ଥିଙ୍କ ପ୍ରାଣହାନି ଘଟିଛି। ଏହାକୁ ବନ୍ଦ କରିବାକୁ ଆନ୍ତର୍ଜାତୀୟ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ଆଜିର କଟକ ବୈଠକରେ ଆହ୍ୱାନ କରୁଛୁ। ଆମେ ଆଶୁ ଯୁଦ୍ଧ ବନ୍ଦ କରିବା ପାଇଁ ନିବେଦନ ସହ ପାଲେଷ୍ଟାଇନର ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହେବାକୁ କାମନା କରୁଛୁ।” ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଉପସ୍ଥିତ ବ୍ୟକ୍ତିବିଶେଷ ସମର୍ଥନ କରିଥିଲେ। ଆଜିର ଆଲୋଚନା ଚକ୍ରରେ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସୁଧୀର ପଟ୍ଟନାୟକ, କଲ୍ୟାଣ ଆନନ୍ଦ, ରବି ମଲ୍ଲିକ, ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, ଡ. ଅଜୟ କୁମାର ପତି, ପ୍ରସନ୍ନ ମହାପାତ୍ର, ଦୀପାୟନ ପଟ୍ଟନାୟକ, ମହମ୍ମଦ ସନାଉଲ୍ଲା, ବିଶ୍ୱଜିତ ସୂର୍ଯ୍ୟବଂଶୀ, ଏ. ରହମନ, ସୟିଦ ଅମନ ଅଲ୍ଲୀ, ବିଜୟଲକ୍ଷ୍ମୀ ମହାପାତ୍ର, ରୁଶାନ ଅହମ୍ମଦ, ବିରଞ୍ଚି ନାରାୟଣ ନାଏକ ପ୍ରମୁଖ ଯୋଗ ଦେଇ ଆଲୋଚାନରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ମାନସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *