ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ

News by Maheswar Behera (Athagarh)

ଆଠଗଡ(ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳର ସ୍ୱେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୁରୁ ଦିବସ ଅବସରରେ ଗଡଜାତ ପରିକ୍ରମା ତରଫରୁ ୧୪ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ପର୍ଶ ଗୁରୁ ବାବା ଆର୍ତତ୍ରାଣ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ସିଆରିଆ ମଠା ଧୀଶ ସଦାନନ୍ଦ ଦାସ ମହାରାଜ, ଶିଳାଧାମ ମଠା ଧୀଶ ଯଶୋଦା ନନ୍ଦନ ଦାସ ମହାରାଜ ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଗୁରୁ ହିଁ ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶକ ବୋଲି ଅତିଥିମାନେ ମତପ୍ରକାଶ କରିବା ସହ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରଂଶସା କରିଥିଲେ । ଅନୁଷ୍ଠାନର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂଜ୍ୟାପୂଜା ସମାରୋହ ଅବସରରେ ୯୩ ବର୍ଷୀୟ ଗୁରୁ ରଘୁନାଥ ଦାସ, ସୁନ୍ଦର ନାରାୟଣ ମିଶ୍ର, ବାଉରୀ ବନ୍ଧୁ ମଲିକ, ଶୈଳବାଳା ଦେବୀ, ବାସନ୍ତୀ ଦେଇ, ପ୍ରତାପ କିଶୋର ମହାପାତ୍ର, ମଧୁସୂଦନ ବାରିକ, ମଞ୍ଜୁବାଳା ଶତପଥୀ, ଦେବରାଜ ବେହେରା, ବଂଶୀଧର ପଣ୍ଡା, ଅର୍ଣ୍ଣଦା ପଣ୍ଡା, ଶ୍ରୀବତ୍ସ ନାୟକ, ପ୍ରେମଲତା ଦେବୀ ଏବଂ ଚନ୍ଦ୍ରଶେଖର ପ୍ରଧାନଙ୍କ ସହିତ ୧୪ ଜଣ ଗୁରୁଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତକାର ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ହବ ଗୁରୁ ତୁମେ ମଙ୍ଗଳମୟ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ଥିଲା । ସଭ୍ୟ ସଦାନନ୍ଦ ପଟ୍ଟନାୟକ ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମରେ ଅଶୋକ ଦାଶ, ସନ୍ତୋଷ ବାରିକ, ବିଜୟ ନାୟକ, ତ୍ରିଲୋଚନ ବେହେରା, ଦୀପାଳି ଦାଶ ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *