ଗଞ୍ଜେଇ ଚୋରା ଚାଲଣ ବେଳେ ଅବକାରୀ ବିଭାଗର ଚଢ଼ାଉ: ୧ଗିରଫ

ଗଞ୍ଜେଇ ଚୋରା ଚାଲଣ ବେଳେ ଅବକାରୀ ବିଭାଗର ଚଢ଼ାଉ: ୧ଗିରଫ

News by Maheswar Behera (Athagarh)

#ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଅନ୍ତର୍ଗତ ତିରିରିଆ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି । ତେବେ ଚଳିତ ସପ୍ତାହରେ ୨ଥର ଅବକାରୀ ବିଭାଗର ଚଢ଼ାଉ କରାଯାଇ ବିପୁଳ ପରିମାରଣର ଚୋରା ଗଞ୍ଜେଇ ଜବତ କରିଥିବାବେଳେ ଆଜି ପୁଣି ଚୋରା ଚାଲଣ ବେଳେ ଗଞ୍ଜେଇ ଜବତ ହୋଇଛି । ତିଗିରିଆ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟରାଜପଥ ନୁଆସଡ଼କ ଛକଠାରେ ଆଠଗଡ ଅବକାରୀ ରେଞ୍ଜ ପକ୍ଷରୁ ଏକ ଚଢାଉ କରାଯାଇଥିଲା । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅନ୍ତର୍ଗତ ଗୋଲୋସାହି ଗ୍ରାମର ଟୁନଟୁନ ଚୌଧୁରୀଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ତେବେ ଗଞ୍ଜେଇ ଚୋରାଚାଲଣ କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଟୁନ ଟୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି । କଟକ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ଚଢ଼ାଉରେ ଆଠଗଡ ଅବକାରୀ ରେଞ୍ଜ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝୀ, ସହକାରୀ ଉପ ନିରୀକ୍ଷକ ପଙ୍କଜ କଅଁରଙ୍କ ସମେତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *