ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଗଜାନନ ସେବା ସମିତି’ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମିତିର କାର୍ଯ୍ୟାଳୟରେ ଆହୁତ ଏକ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ସହ ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ବିଗତ ଦିନରେ ସମିତି ପକ୍ଷରୁ ଚାରିଥର ରକ୍ତଦାନ ଶିବିର, ପ୍ରତିବର୍ଷ ଶୀତ ଦିନେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ବୃକ୍ଷ ଚାରା ରୋପଣ, ଜାଗର ଯାତ୍ରାରେ ସମିତି ପକ୍ଷରୁ ନିଶୁଳ୍କ ଜୋତା ଷ୍ଟାଣ୍ଡ କରି ସେବା ଯୋଗେଇବା, ଖରାଦିନେ ଜଳଛତ୍ର, ସ୍ୱାସ୍ଥ୍ୟ ସେବା ଶିବିର, କରୋନା ସମୟରେ ଖାଦ୍ୟଦ୍ରବ୍ୟ ବଣ୍ଟନ ଇତ୍ୟାଦି ବହୁ ଜନହିତକର କାର୍ଯ୍ୟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ସମିତିର ନୂତନ ସଭାପତି ଭାବେ ଅଞ୍ଚଳର ବରିଷ୍ଠ ମୁରବୀ ହରିହର ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ କାହ୍ନୁ ଚରଣ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଏମସି କର୍ପୋରେଟର ଜେ. କାମେଶ୍ୱର ରାଓ,କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ଶ୍ରମିକ ନେତା ଲଷ୍ମୀଧର ଶରଣ, ନାରୀନେତ୍ରୀ ଇତିଶ୍ରୀ ପଣ୍ଡା, କିଶୋର ନାୟକ ପମୁଖ ଅତିଥି ଭାବେ ଯୋଗଦେଇ ସମିତିର ଏପରି ଜନହିତକର କାର୍ଯ୍ୟ ପାଇଁ ସାଧୁବାଦ ଜଣେଇବା ସହ ନୂତନ କର୍ମକର୍ତ୍ତାଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *