News by B.Mishra (BBSR)

ଗଜପତି ଦିବ୍ୟସିଂହ ଦେବଙ୍କ କରକମଳରେ ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର ଉଦଘାଟିତ

News by B.Mishra (BBSR)

#ଭୁବନେଶ୍ୱର (ଏନ୍‌.ଏମ୍‌.): ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏହି ସମସ୍ତ ଶାସ୍ତ୍ରର କଥା ବସ୍ତୁ ସମ୍ବଳିତ “ପ୍ରବକ୍ଷଚକ ପ୍ରଶିକ୍ଷଣ ଶିବିର’ ଆରସିଏମ ଜଗନ୍ନାଥ ମନ୍ଦିର ପ୍ରେକ୍ଷାଳୟ, ଚନ୍ଦ୍ରଶେଖରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୁରୀର ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା । ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ଓ ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ମିଳିତ ସହଯୋଗରେ ଏହି “ପ୍ରବାଚକ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ସଙ୍କୀର୍ତ୍ତନ ମଣ୍ଡଳୀର ଗାୟକ/ବାୟକ/ ସଭ୍ୟ-ସଭ୍ୟା, ଯେଉଁମାନେ ଭାଗବତ ଗୀତାର ସରଳ ପ୍ରଚାର ପ୍ରସାର ପାଇଁ ଆଗ୍ରହୀ ହୋଇ ପ୍ରବାଚକ ଦାୟିତ୍ୱ ନେଇ ଶ୍ରୀମଦ ଭଗବଦ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ପ୍ରବଚନ ମାଧ୍ୟମରେ ଗ୍ରାମାଞ୍ଚଳ, ଶିକ୍ଷାନୁଷ୍ଠାନ ଓ ସହରାଞ୍ଚଳରେ ଆୟୋଜନ କରି ଧାର୍ମିକ, ଆଧ୍ୟତ୍ମିକ ସାମାଜିକ ମୂଲ୍ୟବୋଧର ପ୍ରଚାର କରିବେ, ସେମାନଙ୍କୁ ଉତ୍ତମ ପ୍ରବଚନ ପ୍ରଦାନ ଶୈଳୀ ସମ୍ପର୍କରେ ଏହି ପ୍ରବାଚକ ପ୍ରଶିକ୍ଷଣ ଶିବିରରେ ତାଲିମ୍ ପ୍ରଦାନ କରାଯିବ । ପ୍ରଶିକ୍ଷଣ ନେବା ପରେ ସେମାନେ ଉତ୍ତମ ପ୍ରଚାର ପ୍ରସାର ଦାୟିତ୍ୱ ମଧ୍ୟ ନେବେ ଏବଂ ବ୍ୟାପକ ପ୍ରଚାର ପ୍ରସାର କରିବେ କ୍ଷ ଆଜି ର କାର୍ଯ୍ୟକ୍ରମରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି କହିଥିଲେ ଯେ, ମହାପ୍ରଭୁଙ୍କ ସମର୍ପିତ ହୋଇ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା ସନ୍ଥ ମାନଙ୍କୁ ଅନୁସରଣ କରିବା ସହିତ ଜ୍ଞାନ ଆହରଣ କରି ପ୍ରଭୁଙ୍କ ଆଶୀର୍ବାଦରେ ସମସ୍ତ ପ୍ରଶିକ୍ଷାର୍ଥୀ ଅନୁପ୍ରାଣିତ ହେଲେ ହିଁ ପ୍ରଶିକ୍ଷଣ ଶିବିରର ଉଦ୍ୟେଶ ଶତ ପ୍ରତିଶତ ସଫଳ ହେବ । ସଂଯୋଜକ ବାସୁଦେବ ଭଟ୍ଟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ସମାରୋହରେ ସଂଗଠନ ସଚିବ ଡା. କରୁଣାକର ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା ସହିତ ପରିଚୟ ପ୍ରଦାନ କରିଥିଲେ । ସଭାପତି ସୁଦର୍ଶନ ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ପୂଜ୍ୟ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ୟେଶ୍ୟ ସମ୍ପର୍କରେ କହିଥିଲେ । କେନ୍ଦ୍ରୀୟ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ ଭକ୍ତିଭାବ ଓ ଆଧ୍ୟାତ୍ମିକ ଶକ୍ତି ନିର୍ମାଣ ରେ ପ୍ରବାଚକଙ୍କ ଭୂମିକା, ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜ୍ଞାନଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ପୂଜ୍ୟ ସ୍ୱାମୀ ଜଗଦିଶକ୍ଷନନ୍ଦ ସରସ୍ୱତୀ କର୍ମଯୋଗ, ସ୍ୱାମୀ ଆଖଣ୍ଡାନନ୍ଦ ସରସ୍ୱତୀ ଭକ୍ତିଯୋଗ, ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜ ଭାଗବତ କଥା, ପୂଜ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜ ଶାସ୍ତ୍ର ସମ୍ବନ୍ଧିତ ଆଶ୍ରିବଚନ ପ୍ରଦାନ କରି ଶିବିରକୁ ଜ୍ଞାନାଲୋକ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଆରସିଏମର ପ୍ରତିଷ୍ଠାତା ପ୍ରବୀର ପାଲଙ୍କୁ ଗଜପତି ମହାରାଜ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଅନେକ ସଂକୀର୍ତ୍ତନ ସମାରୋହ ସହିତ ପ୍ରାୟ ୨୦ ହଜାର ଗୀତା ବଣ୍ଟନ କରିଥିବାରୁ ବାସୁଦେବ ଭଟ୍ଟ ଉଭୟଙ୍କୁ ଯଶସ୍ୱୀ ସମ୍ମାନରେ ସମ୍ମାନିତ କରିଥିଲେ । ପ୍ରତିଷ୍ଠାନର ପଦାଧିକାରୀ ପ୍ରଦୀପ ସାହୁ,ଅସିତ ମହାନ୍ତି, ପ୍ରସନ୍ନ ବିଷୋୟୀ, ରାମ ନାରାୟଣ ମହାନ୍ତି, ଜଗନ୍ନାଥ ପଣ୍ଡା, ହରେକୃଷ୍ଣ ପ୍ରତିହାରୀ ଆଦି ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଚଳନା କରିଥିଲେ । ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଖୋର୍ଦ୍ଧାର ସଭାପତି ପ୍ରସନ୍ନ ବଡ଼ଜେନା, ସମ୍ପାଦକ ସୁଦର୍ଶନ ଚମ୍ପତି, ପ୍ରଶାନ୍ତ ସ୍ୱାଇଁ, ମାୟାଧର ହୋତା, କାଶୀନାଥ ଜେନା, ଲକ୍ଷ୍ମୀଧର ବେହେରା, ଲାବଣ୍ୟ ଜୟସିଂ, ବେଣୁଧର ଜେନା, ଅକ୍ଷୟ ବରାଳ, ଦୁର୍ଯୟ ମହାନ୍ତି, ନିରାକାର ଜେନା, ପ୍ରତାପ ଜେନା, ଦେବେନ୍ଦ୍ର ବରାଳ ଆଦିଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ ରୁ ୪୦୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ପ୍ରବାଚକ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି । ସଂସ୍କୃତି ବିଭାଗ ଦ୍ୱାରା ଭଜନ ପରିବେଷଣ କରିଥିଲେ । ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଅଭାସି ମାଧ୍ୟମରେ ଉଦଯାପନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *