ଖାନନଗରରେ ଜଳିଲା ଅଭିରାମଙ୍କ ଜୁଇ


କଟକ(ଏନ୍‌.ଏମ୍‌.) : ମୃତ୍ୟୁ ଅନିଶ୍ଚିତ। ଆଉ ମୃତ୍ୟୁ ଅଘୋଷିତ। ମୃତ୍ୟୁ ବିଚାର କରେନି ଧନୀ-ଦରିଦ୍ର ଆଉ ଛୋଟ ବଡ଼ର। ମୃତ୍ୟୁ ହିଁ ଧ୍ରୁବ ସତ୍ୟ। ମଣିଷ ଜନ୍ମ ହୋଇଛି ଦିନେ ମୃତ୍ୟୁ ପାଇଁ ବି ହୋଇଛି ଦିନ ଧାର୍ଯ୍ୟ। ହେଲେ ମଣିଷର କୃତି ଆଉ ବୃତି କରେ ତାକୁ ଅମର। ସେହି ଭଳି ଜଣେ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ହେୁଛନ୍ତି ବରିଷ୍ଠ ପୂଜକ ଅଭିରାମ ପତି। କଟକ ବୈୟାଳିଶି ମୌଜା ଏରଞ୍ଚ ଗାଁରେ ଜନ୍ମିତ ଧର୍ମପରାୟଣ ବ୍ୟକ୍ତି ଅଭିରାମଙ୍କର ପବିତ୍ର ହୋଲିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୪୨ ମସିହା ଡିସେମ୍ବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ଥାନୀୟ ମନ୍ଦିରରେ ପୂଜା ପାଠ ସହ ନିଜର କର୍ମକର୍ମାଣୀରେ ମଧ୍ୟ କରୁଥିଲେ। ସେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକୁ ସାମିଲ ରଖୁଥିଲେ। ତାଙ୍କ ମର ଶରୀରକୁ ନିକଟସ୍ଥ ଖାନନଗର ସ୍ୱର୍ଗଧାମ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ପୁତ୍ର ଅଶୋକ କୁମାର ପତି ମୁଖାଗ୍ନି ଦେଇଥିଲେ। ନିଜ ଗାଁ ଏରଞ୍ଚରୁ ଏକ ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ସହ ବୋହୂ, ଝିଅ ଜ୍ୱାଇଁ, ନାତି ନାତୁଣୀ ମାନେ ଖାନନଗର ଆସି ଶେଷକୃତ୍ୟରେ ସାମିଲ ହୋଇଥିଲେ। ସ୍ୱର୍ଗତ ପତି କୌଳିକ ବୃତି ସହ ଚାଷକାମ ମଧ୍ୟ କରୁଥିଲେ। ସେ ଅତ୍ୟନ୍ତ ସରଳ ଓ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସାଧାରଣରେ ଶୋକପ୍ରକାଶ ପାଇଛି। ଜଣେ ବରିଷ୍ଠ ପୂଜକଭାବରେ ତାଙ୍କର ସ୍ଥାନୀୟ ଅଂଚଳରେ ସେ ବେଶ ଜଣାଶୁଣା ଥିଲେ। ନିଜର ନିଆରା କାର୍ଯ୍ୟଶୈଳୀ କଥା କୁହନ୍ତୁ ଅବା ତାଙ୍କ ଆଚାର ବ୍ୟବହାର। ଯାହାକି ସମସ୍ତଙ୍କୁ ବେଶ ଗ୍ରହଣୀୟଥିଲା। ଯେଉଁଥିପାଇଁ ସେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ।

Leave a Reply

Your email address will not be published. Required fields are marked *