ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଘୋଷଣା: ରାସନ କାର୍ଡ ନେଇଥିବା ଆୟକରଦାତାଙ୍କୁ ବାଦ୍ ଦିଆଯିବ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ୪ ଲକ୍ଷ ଆୟକରଦାତା ରାସନ କାର୍ଡ ପାଇଥିଲେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ରାଜ୍ୟରେ ଆୟକର ଦେଉଥିବା ବ୍ୟକ୍ତି ନେଉଥିଲେ ରାସନକାର୍ଡ। ଏନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିବା ପରେ ଚାଲିଛି ତନାଘନା। ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ପୂର୍ବ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନ କାର୍ଡ। ତେବେ କେତେଜଣ ଏଭଳି ହିତାଧିକାରୀ ରହିଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ। ସଂପୂର୍ଣ୍ଣ ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ରାଜ୍ୟରେ ଆୟକର ଦେଉଥିବା ବ୍ୟକ୍ତି ନେଉଥିଲେ ରାସନକାର୍ଡ। ଏନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିବା ପରେ ଚାଲିଛି ତନାଘନା। ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ପୂର୍ବ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନ କାର୍ଡ। ତେବେ କେତେଜଣ ଏଭଳି ହିତାଧିକାରୀ ରହିଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ। ସଂପୂର୍ଣ୍ଣ ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *