ଖଣ୍ଡପଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ

ଖଣ୍ଡପଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ

News by Sambitbhusan Senapati (Khandapada)

#ଖଣ୍ଡପଡା(ଏନ୍‌.ଏମ୍‌.): ୧ଚଳିତ ବର୍ଷ ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଖଣ୍ଡପଡା ଫୁଟବଲ ଆସୋସିଏସନର ମୁଖ୍ୟ ତଥା ବରିଷ୍ଠ କ୍ରୀଡାବିତ୍ ଭିକାରୀ ଖଣ୍ଡାୟତ, ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର, ଯୁବ ସଂଗଠକ ପ୍ରଦୀପ୍ତ କୁମାର ରାଉତଙ୍କ ସମେତ ଖଣ୍ଡପଡା ସହରାଚଞ୍ଚର ମାନ୍ୟଗଣ୍ୟ ବ୍ୟକ୍ତିମାନେ ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଖଣ୍ଡପଡା ଫୁଟବଲ ଆସୋସିଏସନ ଆନୁକୁଲ୍ୟରେ ଆସନ୍ତା ଫେବୃୟାରୀ ୫ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ ଅଂଶ ଗ୍ରହଣ କରିବେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *