କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ୨ ବନ୍ଧୁକ ସ୍ମଗଲର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି।

ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର ବିଶ୍ୱନାଥ ବିଶୋଇ। ଏମାନେ ବିହାର ଆଦି ଅଞ୍ଚଳରୁ ବନ୍ଧୁକ ଆଣି ଅପରାଧୀ ମାନଙ୍କୁ ଦେଉଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *