Photo by I&PR Odisha

କୋଭିଡରେ ମୃତା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା

Photo by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍‌-୭ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍‌ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ସହାୟତା ରାଶି ସବନମ୍‌ଙ୍କ ସ୍ୱାମୀ କମରୁଦ୍ଦିନ୍ ଖାଁଙ୍କୁ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକା ସ୍ୱର୍ଗୀୟା ସରିନ୍ ଗତ ୨୦୨୧ ମସିହା ମଇ ମାସ୧୧ ତାରିଖରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପ୍ରକାଶ ଥାଉକି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେଏହି ଅର୍ଥ ସବନମ୍‌ଙ୍କ ସ୍ୱାମୀ ଓ ସେମାନଙ୍କ ନାବାଳିକା ଝିଅସିନମ୍ ସରିନ୍‌ଙ୍କ ଯୁଗ୍ମ ଜମାଖାତାକୁ ଅନ୍ ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ସହାୟତା ପାଇବା ପରେ ହିତାଧିକାରୀ କମରୁଦ୍ଦିନ୍ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସହାୟତା ରାଶି ପ୍ରଦାନ ସମୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଅନୂଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଆପତକାଳୀନ ଅଧିକାରୀ ଉର୍ମିପ୍ରଭା ମହାପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *