କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଓ ବାଦବିବାଦର ଅନ୍ତ ଘଟାଇ ଆଜି ସ୍ଥାନୀୟ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧର ଓ ଜଷ୍ଟିସ ବିଆର ଷଡ଼ଙ୍ଗୀ ଯୋଗଦେଇ ଶୁଭ ଦେଇଥିଲେ । ମାଧିପୁର ମୌଜାରେ ୪ ଏକର ଜମିରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ଏହି କୋର୍ଟ ନିର୍ମାଣ ହୋଇ ଆସନ୍ତା ୬ମାସ ମଧ୍ୟରେ ଶେଷ କରାଯିବ । ଏହି ଶୁଭ ଉଦଘାଟନ ଉତ୍ସବରେ ରେଜିଷ୍ଟ୍ରଫ ପ୍ରତାପ କୁମାର ପାତ୍ର, ରେଜିଷ୍ଟର ଆଡମିନ ଅକ୍ଷୟ କୁମର ପଶ୍ଚମ କବାଟ, ଜୟଣ୍ଟ ରେଜିଷ୍ଟର ଆନନ୍ଦ ଦାସ, ଜିଲ୍ଲା ଜଜ ସୀତିକଣ୍ଠ ସାମଲ, ଜିଲ୍ଲା ରେଜିଷ୍ଟର ନିଖିଲ ଭରତ ମହାନ୍ତି, ଜିଲ୍ଲା ପ୍ରୋଟକଲ ଅଧିକାରୀ ଜୀବନ ପଟ୍ଟନାୟକ, କୋଣାର୍କ କୋର୍ଟ ଜଜ ଭାନୁପ୍ରତାପ ମିଶ୍ର, କୋଣାର୍କ ଓକିଲ ସଂଘର ସଭାପତି ଶ୍ରୀଜୟ ବରାଳ, ନିମାପଡ଼ା ବାର ସଭାପତି ରଞ୍ଜିତ ସାହୁ, ଉପଦେଷ୍ଟା ସୁରେଶ ସ୍ୱାଇଁ, ଗନ୍ଧର୍ବ ଦଳାଇ, ବିଜୟ କୁମାର ମହାନ୍ତି, ପ୍ରଦୀପ ପାତ୍ରଙ୍କ ସମେତ କୋଣାର୍କ ବାର ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଥାଉକି ଗତ ୨୦୧୭ ମସିହାରୁ ଏକ ଅସ୍ଥାୟୀ ଗୃହରେ କୋଣାର୍କ କୋର୍ଟ ଚାଲି ଆସୁଥିଲା । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଜାଇଥିବା ସ୍ଥାରେ କୋର୍ଟ ନିର୍ମାଣ ହେଲେ ମାଲି ମକୋଦମା ପାଇଁ ଆସୁଥିବା ଲୋକଙ୍କର ଅନେକ ସୁବିଧା ହୋଇ ପାରିବ ବୋଲି କୋଣାର୍କ ବାର ଆସୋସିଏସନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *