କୋଣାର୍କରେ ବିଜୁଜୟନ୍ତୀ

କୋଣାର୍କରେ ବିଜୁଜୟନ୍ତୀ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ କୋଣାର୍କ ଏନଏସି ଅନ୍ତର୍ଗତ ଚନ୍ଦ୍ରଭାଗା ବଜାରଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁ ପ୍ରେମୀଙ୍କ ପକ୍ଷରୁ ମାଲ୍ୟାର୍ପଣ କରିଥିଲେ । କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, କୋଣାର୍କ ଏନଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ପଦ୍ମଚରଣ ବେହୁରିଆ, ବିଜେଡି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ରାଜକିଶ୍ୱର ମହାପାତ୍ରଙ୍କ ସମେତ କୋଣାର୍କ ଏନଏସିର ବିଜେଡି କାଉନସିଲର, ଶତାଧିକ ବିଜେଡ଼ି କର୍ମୀ, ନିକଟସ୍ଥ ପଞ୍ଚାୟତ ଲୋକ ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ କୋଣାର୍କ ସ୍ଥିତ ବିଜେଡି କାର୍ଯ୍ୟାଳୟ ସମ୍ମୁଖରୁ ସାଇକଲ ଶୋଭାଯାତ୍ରରେ ବାହାରି ବିଭିନ୍ନ ନାରାବାଜି ଦେଇ ଚନ୍ଦ୍ରଭାଗାଠାରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହିଅବସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୃତିଚାରଣ କରାଯାଇଥିଲା । ଅପରାହ୍ନରେ ବାଙ୍ଗୁରିଗାଁ ଠାରେ ବିଜୁବାବୁଙ୍କ ସ୍ମୃତିରେ ଏକ ସଭାର ଆୟୋଜନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *