କୋଇଲା ଉତ୍ପାଦନରେ ଏମ୍‌ସିଏଲ୍‌ର ସବର୍କାଳୀନ ରେକର୍ଡ

କୋଇଲା ଉତ୍ପାଦନରେ ଏମ୍‌ସିଏଲ୍‌ର ସବର୍କାଳୀନ ରେକର୍ଡ

News by B.Mishra (BBSR)

#ଭୁବେନଶ୍ୱର(ଏନ୍‌.ଏମ୍‌.): ୨୦୨୨-୨୩ ଆର୍ଥିକ ବଷରେ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) କୋଇଲା ଉତ୍ପାଦନେର ସବର୍କାଳୀନ ରେକର୍ଡ କରିଛି । ଚଳିତ ବର୍ଷ କମ୍ପାନୀ ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିବା ସହିତ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇବାରେ ନୂତନ ରେକର୍ଡ ସ୍ଥାପନ କରିଛି । ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିଦ୍ଦେର୍ଶକ ଓମ୍ ପ୍ରକାଶ ସିଂ ଭୁବେନଶ୍ୱରଠାରେ ଅୋୟାଜିତ ଏମ୍‌ସିଏଲ୍‌ର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଦେଶର ଉର୍ଜା ହାସଲ କ୍ଷେତ୍ରେର ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାରେ କମ୍ପାନୀକୁ ସମସ୍ତ ପ୍ରକାର ସହେଯାଗ କରିଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।୨୦୨୨-୨୩ ଆର୍ଥିକ ବର୍ଷରେ ଏମ୍‌ସିଏଲ୍ କୋଇଲା ଉତ୍ପାଦନେର ୧୫% ଅଭିବୃଦ୍ଧି ହାସଲ କରିଛି । ଏଥିସହ କୋଇଲା ଉତ୍ତୋଳନେର ଗତ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ୯% ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ସିଂ କହିଛନ୍ତି । ଏହି ଅବସରେର ଶ୍ରୀ ସିଂ କମ୍ପାନୀର ସମସ୍ତ ଭାଗିଦାରୀ, କମର୍ଚାରୀ, ଠିକାଦାରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ଡିଙ୍କ ସେମତ ଏମ୍‌ସିଏଲ୍‌ର କେଶବ ରାଓ, ନିଦ୍ଦେର୍ଶକ (କାର୍ମିକ), ପି. କେ. ପଟେଲ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ, ଯୁଗଳ କୁମାର ବୋରା, ନିର୍ଦ୍ଦେଶକ (ବୈଷୟିକ) ଏବଂ ଅଜିତ କୁମାର ବେହୁରା, ନିର୍ଦ୍ଦେଶକ (ଅର୍ଥ) ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନା ଗୁଡ଼ିକୁ ସଫଳ କରାଇବାର କମ୍ପାନୀର ପ୍ରତ୍ୟେକ ସଦସ୍ୟଙ୍କର ସମନ୍ୱିତ ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଂଶସା କରିଥେôଲ । ସିଏମ୍‌ଡି ଆହୁରି ମଧ୍ୟ କହିଥିଲେ ଯେ, ଏମ୍‌ସିଏଲ୍ ଧାର୍ଯ୍ୟ ସମୟ ପୂବର୍ରୁ ଏହାର ସମସ୍ତ ଲକ୍ଷ୍ୟ ହାସଲ କରିସାରିଛି ଏବଂ ୨୦୨୨-୨୩ ଆଥିର୍କ ବର୍ଷ ପାଇଁ ୭୦୦ ମିଲିୟନ ଟନ୍ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି କୋଲ ଇଣ୍ଡିଆକୁ ଯୋଗାଇ ପାରିଛି । ଏମ୍‌ସିଏଲ୍ ପରେିବଶ-ଅନୁକୂଳ ଯନ୍ତ୍ରପାତି ମାଧ୍ୟମରେ ସମୁଦାୟ ଉତ୍ପାଦନର ୯୭ ପ୍ରତିଶତ କୋଇଲା ଉତ୍ତୋଳନ କରିପାରିଛି । ଶ୍ରୀ ସିଂ ପୁଣି କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଦ୍ୟୁତ୍ କ୍ଷେତ୍ରକୁ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ଘଟିଛି । ୨୦୨୧-୨୨ରେ ଏହା ୧୨୭.୧୨ ମିଲିଅନ ଟନ୍‌ରୁ ୧୭ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ ଆର୍ଥିକ ବର୍ଷରେ ୧୪୮.୮ ମିଲିଅନ ଟନରେ ପହଞ୍ଚିଛି । ୨୦୨୨-୨୩ ବର୍ଷରେ ଏମ୍‌ସିଏଲ୍ ୩,୮୫୦ କୋଟି ଟଙ୍କା ମୂଳ ବ୍ୟୟ (କ୍ୟାପେକ୍ସ) କରି ଏହାର ବ୍ୟବସାୟିକ କାର୍ଯ୍ୟଧାରାକୁ ସୁଦୃଢ କରିପାରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *