କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

କଟକ (ଏନ୍‌.ଏମ୍‌.): ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ବିଧାନ ପ୍ରଣେତା ଡଃ. ବି ଆର ଆମ୍ବେଦକରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଘଟଣାରେ କଟକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଯୋଗଦେଇ ଗୃହମନ୍ତ୍ରୀଙ୍କ ଏଭଳି ବୟାନ ସାରା ଭାରତବାସୀଙ୍କୁ ଆଘାତ ଦେଇଛି ବୋଲି କହିଥିଲେ। ତୁରନ୍ତ ଶାହା ଇସ୍ତଫା ଦେଇ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମୋକିମ ଦାବି କରିଛନ୍ତି। ଆମ୍ବେଦକରଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବିଶ୍ୱଜିତ ଦାସ, ନିକୁଞ୍ଜ ପସାୟତ, ଶରତ ଚନ୍ଦ୍ର ସେଠୀ, କର୍ପୋରେଟର ସନ୍ତୋଷ କୁମାର ଭୋଳ, ଶୁବାଶିଷ ପଟ୍ଟନାୟକ, ଜେ. କାମେଶ୍ୱର ରାଓ, ଲିଜା ରାଉତ, କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଅଜିତ ବେହେରା, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ଦିଲ୍ଲୀପ ମହାନ୍ତି, ସନ୍ତୋଷ ପାତ୍ର, ଦେବେନ୍ଦ୍ର ପ୍ରସାଦ ଶେଠୀ, ମମତା ପଣ୍ଡା, ସେକ କରିମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *