କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

News by Basant Kumar Ratha (Cuttack Sadar)

#କଟକ ସଦର (ଏନ୍‌.ଏମ୍‌.): ସ୍ଥାନୀୟ ବୟାଳିଶ ମୌଜା କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ୧୯୯୫ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ପ୍ରଦୀପ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୭ ବର୍ଷ ପରେ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସ୍କୁଲ ଦିନର ଅନେକ ଅଭୁଲା ସ୍ମୃତିର ରୋମନ୍ଥନ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ଦୀର୍ଘ ବର୍ଷ ପରେ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ହୋଇ ଭାବବିହ୍ୱଳ ହେବା ସହ ପୁରୁଣା ସୃତିକୁ ସାଉଁଟି ଥିଲେ । ଜୀବନର ଅନେକ ଘାତ ପ୍ରତିଘାତ ଭିତରେ କିଛି ସମୟ ବାହାର କରି ଏକାଠି ହୋଇ ଖୁସି ବାଣ୍ଟିଥିଲେ । ଏହି ଚ୍ୟାଚର ଛାତ୍ରଛାତ୍ରୀମାନେ ବିଭିନ୍ନସ୍ତରରେ ବଡ଼ବଡ଼ ପଦ ପଦବୀରେ ରହିଛନ୍ତି । ତେବେ ଏହି ବନ୍ଧୁ ମିଳନ ସମୟରେ ୧୯୯୫ ବ୍ୟାଚର ଛାତ୍ରଛାତ୍ରୀମାନେ କେକ୍ କାଟିବା ସହ ମ୍ୟୁଜିକ୍ ଚେୟାର ଭଳି ଖେଳ ଖେଳି ଥିଲେ । ପୁରାତନ ଛାତ୍ର ସୌରେଶ ମହାନ୍ତି, ଚିତ୍ତରଞ୍ଜନ ସାମନ୍ତରାୟ, ଅନିରୁଦ୍ଧ ମହାପାତ୍ର, ସଞ୍ଜୟ ବେହେରା, ସୌରେଶ ଭୋଳ, ମିଲନ ମହାପାତ୍ର, ଦିବ୍ୟରଞ୍ଜନ ଓଝା, ଧରଣୀ ନାୟକ, ପ୍ରକାଶ ସାହୁ, ଶିବାଜୀ ଭୋଳ, ସୁଜିତ ସ୍ୱାଇଁ, ଆଲୋକ ସ୍ୱାଇଁ, ସଞ୍ଜିତ ସ୍ୱାଇଁ, ତ୍ରୈଲୋକ୍ୟ ରାଉଳ, ଭାଗିରଥି ଦଳାଇ, ପ୍ରକାଶ ନାୟକ, ତୁଷାର ନାୟକ, ଅଞ୍ଜନ ଭୋଇ, ଜଗତ ଜୀବନ, ଅନୁସୟା ସାହୁ, ସସ୍ମିତା ମହାନ୍ତି, ପ୍ରାଞ୍ଜଳି ନାୟକ, ସସ୍ମିତା ଦାସ ମହାପାତ୍ର, ଦୀପିକା ବେହେରା, ସସ୍ମିତା ମହାନ୍ତି, ବୀଣାପାଣି ବେହେରା, ତୁଳସୀ ମହାପାତ୍ର, ସୋପ୍ନାମୟୀ ମହାନ୍ତି ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍କୁଲସାଥୀଙ୍କ ସହ ଏହାର ଭରପୁର ମଜା ଉଠାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *