କୁଏତରେ, ଭାରତୀୟଙ୍କ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳନ

କୁଏତରେ, ଭାରତୀୟଙ୍କ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳନ


କୁଏତ(ଏଜେନ୍ସି): “କୁଏତର ଭାରତୀୟମାନେ ରକ୍ତଦାନର ସର୍ବ ବୃହତ ଦାତା ଅଟନ୍ତି । ଏହା ଭାରତୀୟ ସମ୍ପ୍ରଦାୟ, ବିଶେଷ କରି ଏହାର ଯୁବକମାନଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ, ସ୍ୱେଚ୍ଛାକୃତ ରକ୍ତଦାତାମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନକୁ, ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସି ବି ଜର୍ଜ, ଉଚ୍ଚ ପ୍ରଶଂସା ସହିତ ସମଗ୍ର ବିଶ୍ୱ କୁ ଏକ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ ଆୱାନପ୍ରଦାନ ସହିତ ନିଜର ଖୁସି ବ୍ୟକ୍ତ କରିଛନ୍ତି । କରୋନା ସମୟରେ, ରକ୍ତଦାନ କରିଥିବା ଭାରତୀୟ ନାଗରିକଙ୍କୁ ରକ୍ତଦାତା ବୀରର ସମ୍ବୋଧନ କରିଛନ୍ତି । ଦୀର୍ଘ ବର୍ଷ ଧରି, ଏହି ରକ୍ତ ଦାନ ର ମହ୍ୱତ କାର୍ଯ୍ୟକ୍ରମ ସାମିଲ ହୋଇଥିବାରୁ, ବିଭିନ୍ନ ଭାରତୀୟ ସଙ୍ଘର ରକ୍ତ ଦାତା ବୀରଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଭାରତର ରାଷ୍ଟ୍ରଦୂତ ସି ବି ଜର୍ଜ, ବିଶ୍ୱରଞ୍ଜନ ସାହୁଙ୍କୁ ( ଏରିଆ ସଭାପତି, ଭାରତୀୟ ପ୍ରବାସୀ ପରିଷଦ ସଙ୍ଗ), (ଅଧ୍ୟକ୍ଷ – ଭାରତ ସେବା ଦର୍ଶନ), (ସଭାପତି – ୱାର୍ଲଡ ହ୍ୟୁମ୍ୟାନ ରାଇଟ କମିଶନ), (ମୋ ସହାୟ), (ବସୁଧା)(ଜଗନ୍ନାଥ ସମିତି) ନିସ୍ୱାର୍ଥପର ସେବା ଓ ବିଭିନ୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ବିଶ୍ୱ ରକ୍ତଦାନ କାର୍ଯ୍ୟକ୍ରମ ଅବସରରେ ସମ୍ନାନ୍ୱିତ କରାଯାଇଛି । ଅନେକ ଜୀବନ ବଞ୍ଚାଇବାରେ ନର୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ, ବୃତ୍ତିଗତମାନେ ନିସ୍ୱାର୍ଥପର ସେବା, ଆମ ସମାଜର ସେମାନଙ୍କୁ ହିରୋ ଭାବରେ ସମ୍ବୋଧିତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରକ୍ତଦାନ ପ୍ରକୃତରେ ଜୀବନର ଏକ ଉପହାର ଯାହାକି ଜଣେ ଅସୁସ୍ଥ ବ୍ୟକ୍ତି, ସମାଜ ରେ ସୁସ୍ଥ ଜୀବନ ଅବଲମ୍ବନ କରିପାରିବେ । ଆମ ରକ୍ତ, ଜୀବନରେ ଜଣେ ଅନିୟମିତ ଅପରିଚିତ ବ୍ୟକ୍ତି କିମ୍ବା ପ୍ରିୟଜନଙ୍କୁ ନୂତନ ଜୀବନ ଦେଇପାରେ, ଯାହା ବୋଧହୁଏ ସର୍ବଶ୍ରେଷ୍ଠ ଭାବନା ମଧ୍ୟରୁ ଗୋଟିଏ ବୋଲି, କୁଏତରେ ଥିବା ଭାରତୀୟ ସଙ୍ଘ କୁ, ରାଷ୍ଟ୍ରଦୂତ ଧନ୍ୟବାଦ ଜଣାଇଛନ୍ତି । ଅନେକ ରକ୍ତଦାନ ଶିବିର ଆୟୋଜନ କରି ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଛନ୍ତି । ରକ୍ତଦାନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱେଛା ସେବା କାର୍ଯ୍ୟକ୍ରମ, ଏହି ସଚେତନତା ସୃଷ୍ଟି କରିବାକୁ, ଦୂତାବାସର ଅନ୍ୟତମ ନିର୍ଭରଯୋଗ୍ୟ ଅଂଶୀଦାର ହୋଇଥିବାରୁ ରାଷ୍ଟ୍ରଦୂତ ଭାରତୀୟ ଡାକ୍ତର ଫୋରମ (ଆଇଡିଏଫ୍‌)କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଡାକ୍ତର ଫୋରମ୍ (ଆଇଡିଏଫ୍‌) ଏକ ସମ୍ମିଳଣି ଆୟୋଜନ କରିଥିଲେ, ଯେଉଁଥିରେ ‘ରକ୍ତ ଦାନ’ର ଆବଶ୍ୟକତା ଓ ଉପକାରିତା ବିଷୟରେ, ବିସ୍ତୃତ ଭାବରେ ଆଲୋଚନା ସହିତ, ରକ୍ତଦାନ ର ମହତ୍ୱ ବିଷୟରେ ସମଗ୍ର ମାନବ ସମାଜ କୁ ଆହ୍ୱାନ ଦେଇଛନ୍ତି । ଇଣ୍ଡିଆନ୍ ଡ଼ାକ୍ତର ଫୋରମ୍ (ଆଇଡିଏଫ୍‌) ର ଡାକ୍ତରମାନେ ଉଭୟ ରକ୍ତଦାତା ଏବଂ ପ୍ରାପ୍ତକର୍ତ୍ତାଙ୍କ ପାଇଁ ରକ୍ତଦାନର ଲାଭ ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ, ଡାକ୍ତର ସଜନା ମହମ୍ମଦ, ଡାକ୍ତର ଲୋଭି ଅଗ୍ରୱାଲଙ୍କ, ଡାକ୍ତର ମୋହନ ରାମ, ଡାକ୍ତର ସନ୍ନି ଭାର୍ଗସେ, ଡାକ୍ତର ଶମିମା ଶାରଫୁଦ୍ଦିନ, ଡାକ୍ତର ସତ୍ୟନାରାୟଣ ରାଜଗନେଶନ୍‌ଯୋ ଯୋଗ ଦେଇଥିଲେ । ଡାକ୍ତରମାନେ, ରକ୍ତଦାନ ଶିବିର ଆୟୋଜନ କରିବାରେ ସେମାନଙ୍କର ମହାନ ସହଯୋଗ ପାଇଁ ସମ୍ପ୍ରଦାୟର ସଦସ୍ୟ ତଥା ସଙ୍ଗଠନର ପ୍ରଶଂସା କରିବା ସହିତ ଦର୍ଶକଙ୍କ ଦ୍ୱାରା ପଚରାଯାଇଥିବା ରକ୍ତଦାନକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଡାକ୍ତରମାନେ ରକ୍ତଦାନ ସହିତ ଜଡିତ ଉପକାରିତା ଉପରେ ଆଲୋକପାତ କରିଥିଲେ ଏବଂ କୁଏତରେ ରକ୍ତ ଦାନ ସହିତ ଜଡିତ ପଦକ୍ଷେପଗୁଡ଼ିକୁ ବୁଝାଇଥିଲେ । ଗ୍ରୀଷ୍ମ ଛୁଟିଦିନରେ ବିଶେଷ ଭାବରେ ବ୍ଲଡ ବ୍ୟାଙ୍କର ଅଭାବ ହେତୁ ଡାକ୍ତରମାନେ ସମ୍ପ୍ରଦାୟର ସଦସ୍ୟଙ୍କୁ ନିୟମିତ ରକ୍ତ ଦାନ କରିବାକୁ ଉତ୍ସାହିତ କରିଥିଲେ । ରକ୍ତଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସଂଗୀତ ପରିବେଷଣ ଏବଂ ଫ୍ଲାସ୍ ଡ୍ୟାନ୍ସ ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ସର୍ବଶେଷରେ, ଭାରତୀୟ ଦୂତବାସ ଉପସ୍ଥିତ ଭାରତୀୟଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *