କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ


କୁଏତ (ଏଜେନ୍ସି): କୁଏତସ୍ଥିତ ଅବୁହଲିଫାର ଦୁମ୍ ହଲ୍‌ରେ ଭାରତୀୟ ପ୍ରବାସୀ ପରିଷଦ ସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦିକା ଅମୃତ ପାଳିତ ହୋଇଯାଇଛି । ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ । ଏହି ସଙ୍ଗଠନ ଆନୁକୁଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ପ୍ରବାସୀ ପରିଷଦର ଅଧ୍ୟକ୍ଷ ବିନୋୟ ସେବାସ୍ତିୟାନ, ଭାରତୀୟ ପ୍ରବାସୀ ପରିଷଦର ଏରିଆ ସଭାପତି ବିଶ୍ୱ ରଞ୍ଜନ ସାହୁ, କେନ୍ଦ୍ରୀୟ କମିଟିର କର୍ମକର୍ତ୍ତା, ୨୪ ଟି ରାଜ୍ୟର ପ୍ରତିନିଧି ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତର ୨୪ଟି ରାଜ୍ୟର ପ୍ରତିନିଧି, ମହିଳା, ପରିବାର, ଯୁବକ, ସଙ୍ଗଠନ, କର୍ମକର୍ତ୍ତା, ବିଭିନ୍ନ କମ୍ପାନୀର ପ୍ରତିନିଧି ଉତ୍ସାହପୂର୍ଣ୍ଣ ଦେଶାତ୍ମକ ବୋଧକ ସଂଗୀତ ସହିତ ଭାରତ ମାତାର ପୂଜା, ବନ୍ଦେ ମାତରଂମ୍ ଭଳି ଦେଶାତ୍ମକ ସଙ୍ଗୀତ ସହିତ ତ୍ରିରଙ୍ଗା ଯାତ୍ରା କରି ଜାତୀୟ ଏକତା ଏବଂ ସଂହିତାର ବାର୍ତ୍ତା ବାଣ୍ଟିଥିଲେ । ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ପ୍ରତିନିଧିଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଭାରତର ଯସ୍ୱଶୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଆହ୍ୱାନରେ ସମଗ୍ର ଭାରତବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପ୍ରତେକ ଭାରତୀୟ ନାଗରିକ ଭାବେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ, ତ୍ୟାଗ ଦେଶ ପାଇଁ ମହାନ୍ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ବଳିଦାନ, ଏବଂ ନିଷ୍ଠାପରତ୍ୱ ସେବା ମନୋଭାବ ଓ ସେମାନଙ୍କର ଅହରହ ସଂଗ୍ରାମ ପାଇଁ ପ୍ରତେକ୍ ଭାରତୀୟ ଏକତ୍ରିତ ହୋଇ କିଛି କରିବା ସଂକଳ୍ପ ନେବା ଉଚିତ୍ ବୋଲି ଏରିଆ ସଭାପତି ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ୭୫ ତମ ଆଜାଦି କି ମହୋତ୍ସବ କାର୍ଯ୍ୟକ୍ରମରେ, ସମସ୍ତ ରାଜ୍ୟର ପ୍ରତିନିଧିଙ୍କ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସର୍ବଶେଷରେ ଭାରତୀୟ ପ୍ରବାସୀ ପରିଷଦ ସଂଘର କେନ୍ଦ୍ରୀୟ କମିଟି ତରଫରୁ, ଉପସ୍ଥିତ ଅତିଥି, ସମସ୍ତ ରାଜ୍ୟର ପ୍ରତିନିଧି, ଦର୍ଶକ ଏବଂ ସ୍ୱେଛାସେବୀଙ୍କ ନିସ୍ୱାର୍ଥପର ସେବା ନିମନ୍ତେ, ଶୁଭେଚ୍ଛା ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

One thought on “କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ”
  1. 💐🙏ଜୟ ଜଗନ୍ନାଥ🤝
    ନିଷ୍କର୍ଷ ମେଡିଆ ନିଉଜ୍ ରେ, ପ୍ରବାସୀ ଭାରତୀୟ ଙ୍କ ଖବର ପ୍ରକାଶିତ ହୋଇ ଥିବାରୁ, ଆପଣଙ୍କୁ ଅନେକ୍ ଅନେକ
    ଧନ୍ୟବାଦ୍ 🤝
    ଭାରତୀୟ ପ୍ରବାସୀ ପରିଷଦ ସଂଘ, କୁଏତ

Leave a Reply

Your email address will not be published. Required fields are marked *