କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ

କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ

News by Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ନିମପୁର କିଶୋର କ୍ଲବର ୬୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥିଭାବେ କଟକ ମେୟର ସୁବାଷ ସିଂହ, ମୂଖ୍ୟବକ୍ତା ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ୪୮ ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଗତକାଲି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ସମ୍ମାନିୟ ଅତିଥି ଭାବେ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଉପସ୍ଥିତ ଥିଲେ । ଏହି ୬୧ତମ ବାର୍ଷିକ ଉତ୍ସବ ଅବସରରେ କିଶୋର କ୍ଲବର କିଛି କଳାକାର ମାନଙ୍କୁ ନେଇ ଦୁଇ ରାତି ନାଟ୍ୟ ପରିବେଷଣ କରାଯାଇଛି । ପ୍ରଥମ ଦିନ ନାଟକର ନାମ ‘ଏଠି ତୋର ଦୋଷ ନା ମୋର ଦୋଷ’ ଏବଂ ଦ୍ୱିତୀୟ ସଂନ୍ଧ୍ୟାରେ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ କ୍ଲବ କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ନାଟ୍ୟ ନିର୍ଦ୍ଦେଶକ ତ୍ରିଲୋଚନ ମହାନ୍ତି ଏହି ଦୁଇଗୋଟି ନାଟକର ନିର୍ଦ୍ଦେଶନା ଦେଇଥିଲେ । କ୍ଲବର କର୍ମକର୍ତ୍ତାଙ୍କ ମଧ୍ୟରେ କିଶୋର କ୍ଲବର ସଭାପତି ହରିହର ପଣ୍ଡା, ସମ୍ପାଦକ ବନବିହାରୀ ଦଳାଇ, ଉପସଭାପତି ଉମେଶ ଚନ୍ଦ୍ର ଶତପଥି, ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ଶତପଥି, ପ୍ରତାପ ପଣ୍ଡା, ମନ ରଞ୍ଜନ ପଣ୍ଡା, ବିର ଶରଣ, ସରୋଜ କୁମାର ଶତପତି, ଶରତ ଚନ୍ଦ୍ର ମିଶ୍ର, ତାପସ ମହାନ୍ତି, ଫକିର ଦଳାଇ, ଏøଶୁର୍ଯ୍ୟ କୁମାର ପଣ୍ଡା, ବିଶ୍ୱଜିତ ମହାନ୍ତି ପ୍ରମୁଖ ଯୋଗଦେଇ ସଭା ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *