କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡ ନିମପୁର ଅଞ୍ଚଳର ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଉପଲକ୍ଷେ କ୍ଲବର ସମସ୍ତ କର୍ମକର୍ତ୍ତା ମାନେ ଏକର୍ତ୍ତିତ ହୋଇ କିପରି ଏହି ବାର୍ଷିକ ଉତ୍ସବକୁ ସରସ ସୁନ୍ଦର କରାଯାଇ ପାରିବ ସେଥିପାଇଁ କ୍ଲବର ଦୀର୍ଘ ଦିନରୁ ପରିବେଷଣ ହୋଇ ଆସୁଥିବା ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୁଇ ରାତି ମଞ୍ଚସ୍ଥ ନାଟକ ପରିବେଷଣ କରାଯିବାପାଇଁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମରେ କ୍ଲବ ସଭାପତି ହରିହର ପଣ୍ଡା ସଭାପତିତ୍ୱ କରିଥିଲେ । ସମ୍ପାଦକ ବନବିହାରି ଦଳାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କ୍ଲବରେ ଅତୀତରେ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ସ୍ୱାସ୍ଥ୍ୟ ଶିବିର ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ଅନେକ ଜନ କଲ୍ୟାଣ କାର୍ଯ୍ୟକ୍ରମ କ୍ଲବର କର୍ମକର୍ତ୍ତା ମାନେ ଏକଯୁଟ ହୋଇ କରିଥାନ୍ତି । ପ୍ରତି ବର୍ଷ କିଛି ନା କିଛି ଜନ ମଙ୍ଗଳ କାର୍ଯ୍ୟକ୍ରମ ଏହି କ୍ଲବରେ କରାଯାଇଥାଏ । ଏବଂ ବାର୍ଷିକ ଉତ୍ସବରେ ଡ୍ୟାନ୍ସ ପୋଗ୍ରାମ, ୱାର୍ଡର କୁନି କୁନି କଳାକାରମାନଙ୍କୁ ନେଇ ପ୍ରତିଯୋଗିତା ସହିତ ଅଞ୍ଚଳର ଯୁବକ ମାନେ ନିଜର ମଞ୍ଚସ୍ଥ ନାଟକ ମାଧ୍ୟମରେ ନିଜର କଳାକୁ ପରିବେଶଣ କରିଥାନ୍ତି । ଉକ୍ତ ସଭାରେ କ୍ଲବର ବରିଷ୍ଟ ସଭ୍ୟ ମନୋରଞ୍ଜନ ପଣ୍ଡା, ତାପସ କୁମାର ମହାନ୍ତି, ଲୋକନାଥ ଶତପଥି, ଶରତ ଚନ୍ଦ୍ର ମିଶ୍ର, ଲଳିତେନ୍ଦୁ ଶତପଥି, ରମେଶ ଶରଣ, ବିଭୁତି ବେହେରା ଓ ଫକିର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *