କିଶୋରନଗରରେ ମେରା ଦେଶ, ମେରା ମିଟି କାର୍ଯ୍ୟକ୍ରମ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଯୋଗଦେଲେ ଅଭିନେତା ଶ୍ରୀତମ ଦାସ

କିଶୋରନଗରରେ ମେରା ଦେଶ, ମେରା ମିଟି କାର୍ଯ୍ୟକ୍ରମ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଯୋଗଦେଲେ ଅଭିନେତା ଶ୍ରୀତମ ଦାସ

News by Basanta Ratha (Kishnnagar)

#କିଶୋରନଗର(ଏନ୍‌.ଏମ୍‌.): ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି କଟକ ଜିଲ୍ଲା, କଟକ ସଦର, କିଶୋର ନଗର, ରାମଚନ୍ଦ୍ର ପୁର ଠାରେ ମେରା ଦେଶ ମେରା ମିଟି କାର୍ଯ୍ୟକ୍ରମ କିଶୋର ନଗର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତ୍ତାମାନେ ପ୍ରତି ଘର ଘର ବୁଲି ଚଉରା ମୂଳରୁ ମାଟି ନେଇ ଅମୃତ କଳସୀରେ ମାଟି ସଂଗ୍ରହ କରୁଥିବାର ଦୃଶ ଦେଖିବାକୁ ମିଳିଥିଲା । ତେବେ ଦେଶର ବିଭିନ୍ନ ସ୍ଥାନରୁ ଏହି ମାଟି ଯାଇ ଦିଲ୍ଲୀର କର୍ତ୍ତବ୍ୟ ବଟରେ ସହିଦମାନଙ୍କ ସମ୍ମାନ ପାଇଁ ଅମୃତ ବାଟିକା ତିଆରୀ ହେଉଛି ସମ୍ପର୍କରେ ଲୋକପ୍ରିୟ ବିଜେପି ନେତା ତଥା ଅଭିନେତା ଶ୍ରୀତମ ଦାସ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥି, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଯୁବ ନେତା ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ନିର୍ମଳ ଦାସ, ଷ୍ଟେଟ କୋଡିନେଟର ଲିଙ୍ଗରାଜ ମଲ୍ଲିକ ଓ ଯୋଗେନ୍ଦ୍ର ଭୋଇ ଏବଂ ମଣ୍ଡଳ ସଭାପତି ଅଭୟ ସ୍ୱାଇଁ, ଜିଲ୍ଲା ପ୍ରତିନିଧି ପିୟୁଷ ରଞ୍ଜନ ପରିଡା, ଶୁଭେନ୍ଦୁ ଶେଖର ପଣ୍ଡା, ଏବଂ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *