କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର

କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ୧୬ନମ୍ବର ଜାତୀୟ ରାଜପଥ କାଠଯୋଡ଼ି ପୋଲ ଉପରେ ୧୦ ମିନିଟ ଅନ୍ତରରେ ୨ଟି କାର ଅଚାନକ ଜଳିଯିବା ଦେଖିବାକୁ ମିଳିଛି । ସୌଭାଗ୍ୟବସତଃ କୌଣସି କାରରେ ଜୀବନ ହାନୀ ହୋଇନଥିଲେ ମଧ୍ୟ କାର ଦ୍ୱୟ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ଏହା ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ସ୍ଥାନୀୟ ମଧୁପାଟଣା ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ମାତ୍ର ସେତେବେଳକୁ କାର ଦୁଇଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଓଡି୦୨ଏଇ୫୪୬୩ନମ୍ବର ମାରୁତି ସ୍ୱିପ୍ଟ ଡିଜାର୍ଡ଼ କାରଟି ୧୬ନମ୍ବର ଜାତୀୟ ରାଜପଥ କାଠଯୋଡ଼ି ସେତୁ ଉପରେ କଟକରୁ ଭୁବନେଶ୍ୱର ଯାଉଥିବାବେଳେ ଅଚାନକ ସେଥିରେ ନିଆଁ ଲାଗିଯାଇଥିଲା । କାରଟି ହଠାତ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିବାବେଳେ ଗାଡ଼ିର ମାଳିକ ତଥା ଚାଳକ ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ବରକୁଦା ଅଞ୍ଚଳର ହେମନ୍ତ ପରିଡ଼ା କୌଶଳକ୍ରମେ ଗାଡ଼ିରୁ ବାହାରି ଆସିଥିଲେ । ତେବେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରରୁ ନିଆଁ ଲିଭାଇବା ସମୟରେ ୧୦ମିନିଟ ପରେ ପରେ ସେହି ରାସ୍ତା ଦେଇ ପ୍ରେସ ଛକ ଓଭରବ୍ରିଜରେ କଟକରୁ କାଠଯୋଡ଼ି ପୋଲ ଉପରକୁ ଉଠୁଥିବା ଅନ୍ୟଏକ ସ୍ୱିପ୍ଟ କାରରେ ମଧ୍ୟ ଅଚାନକ ନିଆଁ ଲାଗିଯାଇଥିଲା । ତେବେ ଉଭୟ କାରରେ କୌଣସି ପାସେଞ୍ଜର ନଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *