କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍‌ ବିକି ଦେଲେ ହର୍ଷବର୍ଦ୍ଧନ

ବମ୍ବେ:କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ସମଗ୍ର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକାଳରେ ଆଖି ବୁଜୁଛନ୍ତି ହଜାର ହଜାର ଲୋକ। ଏପରି ସ୍ଥିତିରେ ବଲିଉଡ଼ କଳାକାରମାନେ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ନାଁ।

ସନମ ତେରେ କସମ୍‌ ଫେମ୍‌ ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ନିଜ ପ୍ରିୟ ବାଇକ୍‌ ବିକିବାକୁ ପଛାଇ ନାହାନ୍ତି। ଏହାକୁ ବିକି ସେ ୩ ଅକ୍ସିଜେନ କନସନଟ୍ରେଟର ଯୋଗାଡ କରି ହାଇଦ୍ରାବାଦ ପଠାଇଛନ୍ତି। ଏନେଇ ନିଜେ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ହର୍ଷବର୍ଦ୍ଧନ। ହର୍ଷବର୍ଦ୍ଧନଙ୍କ ଏପରି କାମକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପ୍ରଶଂସା କରିଛନ୍ତି। । ନିଜ ପ୍ରିୟ ବାଇକ୍‌ ବିକ୍ରି କରି ଅନ୍ୟମାନଙ୍କ ସାହାଯ୍ୟ କରିପାରିଥିବାରୁ ସେ ବେଶ୍‌ ଖୁସି ଥିବା ଜଣାଇଛନ୍ତି ହର୍ଷବର୍ଦ୍ଧନ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *