କରୋନାରେ ବୋଲିଓଡ଼ ଅଭିନେତାଙ୍କ ମୃତ୍ୟୁ

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଏନେଇ ଫିଲ୍ମମେକର ଅଶୋକ ପଣ୍ଡିତ ଟ୍ୱିଟରରେ ସୂଚନା ଦେଇ ଶୋକପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ସକାଳୁ ସକାଳୁ ଏପରି ଖବର ବହୁତ ଦୁଃଖ ଦେଇଛି। ରିଟାୟର୍ଡ ଆର୍ମି ଅଫିସର ବିକ୍ରମଜିତ ବହୁ ଫିଲ୍ମ ତଥା ସିରିଏଲରେ ସଫୋର୍ଟିଂ ରୋଲ ନିଭାଇଛନ୍ତି। ଏପରି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି।”

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *