କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କବି ନବ ନାୟକଙ୍କର ରଚିତ କବିତା ପୁସ୍ତକ ମୂକ ମୂଖଶାଳା ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସ କୁମାର ଆଚାର୍ଯ୍ୟ ଯୋଗଦେଇ ଉନ୍ମୋଚିତ ଏହି ପୁସ୍ତକରେ ଯେତେ ଗୋଟି କବିତା ଲେଖାଯାଇଛି ଏହା ସମାଜର ମହତ୍ୱ ଉଦ୍ଦେଶ୍ୟରେ ରଖାଯାଇଛି । ଏପରିକି କୋଣାର୍କର ମୁଖଶାଳା ଉପରେ ମଧ୍ୟ କବିତା ଲେଖାଯାଇଛି । ଉତ୍କଳ ସାହିତ୍ୟସମାଜ ପୂର୍ବତନ ସଭାପତି ଅଧ୍ୟାପକ ତରୁଣ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଜୟନ୍ତ କୁମାର ଦାସ ଯୋଗଦେଇ କବିତା ମାଧ୍ୟମରେ କବିଙ୍କର ପିଲାଦିନର କାହାଣୀ ମନେ ପକାଇଥିବାବେଳେ ଋତୁକାଳୀନ ସୌନ୍ଦର୍ଯ୍ୟର ଗୋଲାପ କଢ଼ି ସଦୃଶ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ସାମ୍ପ୍ରତିକ ସମୟରେ ସାହିତ୍ୟର ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବିଜୟ ସ୍ୱାଇଁ, ଅଧ୍ୟାପକ ଆଶିଷ ଚକ୍ରବର୍ତ୍ତୀ, ଡକ୍ଟର ନୀଳିମା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରାଜୀବ ଷଡ଼ଙ୍ଗୀ ଓ ଅଜିତ ମହାପାତ୍ର ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *