କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତି ଏଲ.କେ. ମହାପାତ୍ର ଯୋଗଦେଇ ନାଚଗୀତ ଦ୍ୱାରା ବେଳେବେଳେ ଭାରାକ୍ରାନ୍ତ ମନ ହାଲୁକା ହୋଇଯାଏ ବୋଲି ମତପ୍ରକାଶ କରିଥିଲେ । ତେବେ ସାତସାହି ନୃତ୍ୟୋତ୍ସବ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ତା’ର କର୍ମକର୍ତ୍ତାଙ୍କ ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଜାତୀୟସ୍ତରୀୟ ନୃତ୍ୟ, ସଂଗୀତ ଓ ନାଟକ ପ୍ରତିଯୋଗିତା ତଥା ମହୋତ୍ସବର ପ୍ରଥମ ଦିନକୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବାବେଳେ ଏଥିରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ. ଦୁର୍ଗା ଚରଣ ଦାଶ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, କଟକ ଡିସିପି ପିନାକ ମିଶ୍ର, ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳ, ବିଶିଷ୍ଟ ଭେଷଜ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ସିଏମସି ୧୬ ନମ୍ବର କର୍ପୋଟର ଲକ୍ଷ୍ମୀପ୍ରିୟା ବେହେରା, ଇଂ.ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆଞ୍ଚଳିକ ଓ ଜାତୀୟସ୍ତର କଳା ସଂସ୍କୃତିର ଏକ ସଂଗମସ୍ଥଳ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ କରି ବିଶିଷ୍ଟ କର୍କଟରୋଗ ଚିକିତ୍ସକ ପ୍ରଫେସର ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାନ୍ତି, ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର ବର୍ଷା ସାହୁ, ଇଂ. ସ୍ମୃତିରଞ୍ଜନ ସାହୁ, ସରସ୍ୱତୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ୱଜିତ ତ୍ରିପାଠୀ, ଶ୍ରଦ୍ଧାସବୁରୀ ହସ୍ପିଟାଲ, ବାଳକୃଷ୍ଣ ଅଗ୍ରୱାଲ, ଆଇନଜୀବୀ ଶୁଭଦତ୍ତ ରାଉତରାୟ ଓ ଜ୍ୟୋତିରଞ୍ଜନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ମହୋତ୍ସବର ପ୍ରଥମ ସଂଧ୍ୟାରେ ସୁରମନ୍ଦିର, ବ୍ଲୁ ଆଣ୍ଡ ବ୍ରାଇଟ, ନିତ୍ୟମଞ୍ଜରୀ, ନୃତ୍ୟଦର୍ପଣ, ବ୍ଲୁ ଜୁମ, ରେନବୋ ଡ୍ୟାନ୍ସଗ୍ରୁପ, ସାଇ ସୃଷ୍ଟି ଡ୍ୟାନ୍ସ ଗ୍ରୁପ, ନୃତ୍ୟମଞ୍ଜରୀ ଆଦି ଅନୁଷ୍ଠାନର କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରକାଶ କୁମାର ନାୟକ ଓ ଦେବଲୀନା ଆଚାର୍ଯ୍ୟ ପରିଚାଳନା କରିଥିବାବେଳେ ଦୁର୍ଗାଚରଣ ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସ୍ୱେଚ୍ଛାକୃତ ଦାତାଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥ ରାଶିକୁ କର୍କଟ, ମଧୁମେହ, ଥାଲାସେମିଆ ଆଦି ଗରିବ ଦୁରାରୋଗ୍ୟ ପୀଡ଼ିତମାନଙ୍କ ସହାୟତା ନିମନ୍ତେ ଉତ୍ସର୍ଗ କରାଯାଇଥିବା ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *