କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ

କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ


କଟକ(ଏନ୍‌.ଏମ୍‌.): ରୋଟାରୀ କ୍ଲବ କଟକ ରାଡିଆନ୍ସ ପକ୍ଷରୁ ମ୍ୟୁନିସପାଲଟି ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସଭାପତି ଜ୍ଞାନୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତାମଠ ନିକଟସ୍ଥ ରାମକୃଷ୍ଣ ମିଶନ ପରିସରରେ ୬୦ଜଣ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ସହ କମ୍ବଳ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରୋଟାରିଆନ ଡାକ୍ତର ତାପସ କୁମାର ଦାସ, କ୍ଲବ ଉପଦେଷ୍ଟା ତଥା ଆସିଷ୍ଟାଣ୍ଡ ଗଭର୍ଣ୍ଣର ବିଦ୍ୟୁତ କୁମାରୀ ଲାଲା, ସମ୍ପାଦକ ସୁଚ୍ଚିତ୍ରା ପ୍ରସାଦ, କୋଷାଧ୍ୟକ୍ଷ ନୂପୁର ସୁର, ଯୁଗ୍ମ ସମ୍ପାଦିକା ଇନ୍ଦିରା ଶୁଭଦର୍ଶିନୀ ପ୍ରସାଦ, ପ୍ରକଳ୍ପ ଅଧିକାରୀ କସ୍ତୁରୀ ଖଟାଇ, ଚେୟାରମ୍ୟାନ ହରପ୍ରିୟ ସିଂହ, ସଦସ୍ୟା ମୀରା ବେଉରା ପ୍ରମୁଖ ଏହି ଯୋଗଦେଇଥିଲେ । ଏହି ଅବସରରେ କ୍ଲବ ପକ୍ଷରୁ ଆଶ୍ରମର ଅନ୍ତେବାସୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *