କଟକ ଭସାଣିରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଜୟନରାୟଣ ମିଶ୍ର

# କଟକ(ଏନ୍.ଏମ୍.): କଟକ ଦଶହରା ଭସାଣିରେ ହୋଇଥିବା ହିଂସାକାଣ୍ଡ ଏବଂ ପରବର୍ତ୍ତୀ ଅବସ୍ଥାରେ ବିଶ୍ୱହିନ୍ଦୁ ପରିଷଦ ସଂଗଠନ ଦ୍ୱାରା ଆୟୋଜିତ ଶୋଭାଯାତ୍ରାରେ ଉପୁଜିଥିବା ପରିସ୍ଥିତି ଏବଂ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଅଧିକ ସଂଖ୍ୟାରେ ଏକ ତରଫା ଗିରଫ ଦାରି ରାଜ୍ୟ ବିଜେପିର ଚିନ୍ତା ବଢ଼ାଇଛି l ଏହାକୁ ନେଇ ଶୀର୍ଷ ନେତୃତ୍ୱଙ୍କ ଘନ ଘନ ବୈଠକ ଏବଂ ଜିଲ୍ଲା ନେତୃତ୍ୱମାନଙ୍କ ଆହତଙ୍କୁ ଭେଟିବା ଗିରଫ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତା ମାନଙ୍କୁ ଜେଲରେ ଭେଟିବା ବିଷୟର ଗୁରୁତ୍ୱକୁ ବଢ଼ାଇଛି l ଏହି ବିଷୟରେ ରାଜ୍ୟର ବରିଷ୍ଠ ବିଜେପି ନେତା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଆଜି କଟକ ଗସ୍ତ କରିଥିଲେ l ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀଯୁକ୍ତ ମିଶ୍ରଙ୍କୁ ନେଇ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟି ଥିଲେ l ପ୍ରଥମେ ଝାଞ୍ଜିର ମଙ୍ଗଳା ଅଞ୍ଚଳର ଦୁଇ ଆହତ ପିଣ୍ଟୁ ମହାର, ରାହୁଲ ମହାରଙ୍କୁ ତାଙ୍କ ବାସଭବନରେ ଭେଟିବା ସହ ମେଡିକାଲରେ ଗୁରୁତ୍ୱର ଆହତ ହୋଇ ରହିଥିବା ଶଙ୍କର ବିଶ୍ଵାଳଙ୍କୁ କଟକ ଏସିବି ମେଡିକାଲ ରେ ଭେଟି ସମବେଦନା ଜଣାଇଛନ୍ତି ଏବଂ ଦୁଖଃଦ ମୁହୂର୍ତରେ ପାର୍ଟି ତାଙ୍କ ସହ ଏବଂ ତାଙ୍କ ପରିବାର ସହିତ ଅଛି ବୋଲି ଶ୍ରୀଯୁକ୍ତ ମିଶ୍ର ଜଣାଇ ଥିଲେ l କଟକ ସହରର ଭାଇଚାରା କେବଳ ଏକ ପାଖିଆ ବୋଲି ଗଣମାଧ୍ୟମକୁ ଜଣାଇବା ସହ କଟକ ସହରର କିଛି ଅଞ୍ଚଳରେ ସରକାରୀ ଜମିରେ ଆସ୍ଥାନ ଜମେଇ ବସିଥିବା ରୋହିଙ୍ଗିଆ ଏବଂ ଜବରଦଖଲକାରି ଉପଦର୍ପିଙ୍କୁ ପ୍ରଶାସନ ଚିନ୍ହଟ କରି କାର୍ଯ୍ୟନୁଷ୍ଠାନ କରିବାକୁ ଗଣମାଧ୍ୟମ ଜରିଆରେ ଜଣାଇଥିଲେ l ସରକାର କଟକ ବିଷୟକୁ ନେଇ ସମ୍ବେଦନ ଶିଳ ନିଶ୍ଚିତ ଦୃଢ଼କାର୍ଯ୍ୟନୁଷ୍ଠାନ ହେବ ବୋଲି ଜଣାଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ସମ୍ବଲପୁରର ବରିଷ୍ଠ ନେତା ଜୟବ୍ରତ ଦେ, ମଣ୍ଡଳ ସଭାନେତ୍ରୀ ମିଲନ ରାଉତ, କାବୁଲି ମୁଖି, ସରୋଜ ନାୟକ, ଅନିଲ ନାୟକ, ହରପ୍ରଶନ ଦାସ, ସନ୍ତୋଷ ରାଉତ, ଶରତ ସେଠି, ପ୍ରଦୀପ ମହାରଣା, ସରୋଜ ରାଉତ, ଧୀରନ ସେଠି, ସୌମ୍ୟ ଷଢଙ୍ଗୀ, ଦୀପକ କାହାଳି, ବିଜୟ ନାୟକ, ବ୍ରଜବନ୍ଧୁ ପରିଡା, ସୁବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l
