କଟକ ପ୍ରେସ୍କ୍ଲବ୍ ପରିଦର୍ଶନ କଲେ ମେୟର
କଟକ(ଏନ୍.ଏମ୍.): ଚୌଧୁରୀବଜାରସ୍ଥିତ କଟକ ପ୍ରେସ୍କ୍ଲବକୁ ଆଜି କଟକ ମହାନଗର ନିଗମ ମେୟର ସୁବାସ ସିଂହ ପରିଦର୍ଶନ କରିଛନ୍ତି । ରାଜ୍ୟର ସର୍ବପୂରାତନ ଦ୍ୱିତଳ ବିଶିଷ୍ଠ ପ୍ରେସ୍କ୍ଲବର ଉନ୍ନତିକରଣ କାର୍ଯ୍ୟ କିପରି ତ୍ୱରାନିତ ହୋଇପାରିବ ସେନେଇ କଟକର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା । ଏହି ଦାବିକୁ ଦୃଷ୍ଟିରେ ରଖି ଶ୍ରୀ ସିଂହ ଆଜି ପୂର୍ବାହ୍ଣରେ କଟକ ପ୍ରେସ୍କ୍ଲବ ବୁଲି ପରିସ୍ଥିତିକୁ ଉପଲବ୍ôଧ କରିଥିଲେ । ଏଥିସହ କ୍ଲବ୍ର ଉନ୍ନତୀକରଣ କାର୍ଯ୍ୟ ଯେପରି ଯଥାଶୀଘ୍ର ହୋଇପାରିବ ସେଦିଗରେ ସାମ୍ବାଦିକମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ବେଳେ ସ୍ଥାନୀୟ କର୍ପୋରେଟର ଅରୁନ୍ଧତି କର,କଟକ ପ୍ରେସ୍କ୍ଲବ ପ୍ରେସିଡିୟମର ବରିଷ୍ଠ ସଦସ୍ୟ ପ୍ରଦୀପ ସାହୁଙ୍କ ସମେତ ସାମ୍ବାଦିକ ଆଲୋକ ନାୟକ,ପ୍ରଶାନ୍ତ ମହାନ୍ତି, ଅଭିଜିତ ଚନ୍ଦ୍ର,ନବଦୀପ ଦାସ,ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।