କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଫଟୋ- ପଦ୍ମଲୋଚନ ମିଶ୍ର

କଟକ (ଏନ୍‌.ଏମ୍‌.): କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଦୋଳମୁଣ୍ଡାଇ ଛକ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ଉପସଭାପତି କ୍ଷୀତିଶ ବେହେରା, ଧନଞ୍ଜୟ ମୂଲିଆ, ରାକେଶ କୁମାର ବସ୍ତିଆ, ସୌମ୍ୟା ଷଡଙ୍ଗୀ, ସମ୍ପାଦକ ଜୀବନଜ୍ୟୋତି ଦାସ, ଶାଶ୍ୱତ ନାୟକ, ସତ୍ୟଜିତ ବାରିକ, ଶ୍ରୀକାନ୍ତ ବେହେରା, ଅଭିଜିତ ବେହେରା, ରଞ୍ଜନ ବେହେରା, ସଞ୍ଜୟ ସ୍ୱାଇଁ, ବିଜୟ ମହାପାତ୍ର, ବାସୁଦେବ ବେହେରା, ସଞ୍ଜୟ ଜେନା, ସଂଜୀବ ଚିନାରା, ଦୁର୍ଯ୍ୟୋଧନ ଲେଙ୍କା, ରାଜେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *