କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ


#କଟକ(ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ପକ୍ଷରୁ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ସ୍ଥାନୀୟ ଜଗତପୁର ଜଳସେଚନ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ତଥା ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୨ଟି ୱାର୍ଡ଼ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ ହେମନ୍ତ ବେହେରା, ସରସ୍ୱତୀ ବାରିକ, ସଂଗ୍ରାମ ସ୍ୱାଇଁ, ସିଦ୍ଧାନ୍ତ ସାମନ୍ତରାୟ, ଉମେଶ ପୃଷ୍ଟି, ସଂଗ୍ରାମ ପାତ୍ର, ସୁରେଶ ମହାନ୍ତି, ବିଭୁତି ମହାପାତ୍ର, ସଚ୍ଚିଦାନନ୍ଦ ଶୁକ୍ଳ ପ୍ରମୁଖ ଯୋଗଦେଇ ବିଜେପି ସଭାପତିଙ୍କ ଆହ୍ୱାନରେ ବୁଥ ଚାଲ ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ୱାର୍ଡ଼ରେ ଥିବା ବୁଥଗୁଡ଼ିକରେ କମିଟି ଗଠନ ସହ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଏ ନେଇ ପୂର୍ଣ୍ଣାଙ୍ଗ ତଥ୍ୟ ରାଜ୍ୟସଭାପତିଙ୍କୁ ପ୍ରଦାନ କରିବା ନିମନ୍ତେ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ । ବିଗତ ଦିନରେ ବିଜେପିର ମଙ୍ଗ ଧରିଥିବା କିଛି ନେତା ନ୍ୟସ୍ତସ୍ୱାର୍ଥ ପରାୟଣ ମନୋଭାବ ଗ୍ରହଣ କରୁଥିବାରୁ ଏହି ନିର୍ବାଚନମଣ୍ଡଳୀରେ ସଂଗଠନ ବିପର୍ଯ୍ୟୟ ଆଡ଼କୁ ଯାଉଥିବା କାର୍ଯ୍ୟକର୍ତ୍ତାମାନେ ମତପ୍ରକାଶ କରିଥିଲେ । ବର୍ଷସାରା ଲୋକଙ୍କ ସୁଖ ଦୁଃଖରେ ନରହି ସଂଗଠନ ପ୍ରତି ଗୁରୁତ୍ୱ ନଦେଇ କେବଳ ପ୍ରାର୍ଥୀତ୍ୱ ହାସଲ କରି ଦଳକୁ ବିପର୍ଯ୍ୟୟ ଆଡ଼କୁ ଟାଣି ନେଉଥିବା ନେତାଙ୍କୁ ପରିବର୍ତ୍ତନ କରିବା ନିମନ୍ତେ ରାଜ୍ୟସଭାପତିଙ୍କ ନିକଟରେ ଅବଗତ କରାଯିବାକୁ କାର୍ଯ୍ୟକର୍ତ୍ତାମାନେ ପ୍ରସ୍ତାବ ରଖିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସୁଦୃଢ଼ କରିବା ପାଇଁ ପ୍ରାର୍ଥୀ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ମହାନ୍ତି, ଟୁଟୁ ନନ୍ଦ, ମନୋଜ ପାଇକରାୟ, ବିଭୁତି ଭୂଷଣ ପୃଷ୍ଟି, ଜିତେନ୍ଦ୍ର ପରିଡା, କବିତା ନାୟକ, ବିଶ୍ୱମ୍ବର ବେହେରା, ରବୀନ୍ଦ୍ର ଦାଶ, ନିବାସ ରାଉତ, ଲକ୍ଷ୍ମୀଧର ରାଉତ, ମୁରଲୀଧର ମଲ୍ଲିକ, ବିରଞ୍ଚି ସାମଲ, ନିଗମ ମିଶ୍ର, ଗୀତା ଦେହୁରୀ, ମହେନ୍ଦ୍ର ବେହେରା, ବିଜୟ କୁମାର ବେହେରା, ସଂଗ୍ରାମ ଗ୍ରହାଚାର୍ଯ୍ୟ ପ୍ରମୁଖ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ନିମନ୍ତେ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗ୍ରାମ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *