କଟକ ଟ୍ୟାକ୍ସ୍ ବାର୍ ପକ୍ଷରୁ ଆଲୋଚନାଚକ୍ର

କଟକ ଟ୍ୟାକ୍ସ୍ ବାର୍ ପକ୍ଷରୁ ଆଲୋଚନାଚକ୍ର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମର୍କତନଗରସ୍ଥିତ କଟକ ଟ୍ୟାକ୍ସ୍ ବାର୍ ପକ୍ଷରୁ ‘ସାମ୍ପ୍ରତିକ ପରିସ୍ଥିତିରେ ଟିକସ ପେଷାଦାରମାନଙ୍କର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ହାଇକୋର୍ଟର ବିଚାରପତି ମୁରାହାରୀ ଶ୍ରୀରମଣ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ । ଓଡିଶା ବିକ୍ରୀକର ଅଧିକରରଣର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଟ୍ୟାକ୍ସ ବାର୍ ଆସୋସିଏସନ୍‌ର ସଭାପତି ଅରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଟିକସ ପେଷାଦାରମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ମର୍ମରେ ଆଇନଜୀବୀମାନେ କମ୍ପ୍ୟୁଟରୀକରଣ ପଦ୍ଧତି ସମ୍ପର୍କରେ ସଜାଗ ହେବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଆୟକର, ଦ୍ରବ୍ୟ ଓ ସେବାକର ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ରାୟ, କଟକ ଟ୍ୟାକ୍ସ୍ ବାର୍ ଆସୋସିଏସନ୍‌ର ସମ୍ପାଦକ ପ୍ରଶାନ୍ତ ମିଶ୍ର, ଏମ୍‌.କେ. ଗୌତମ, ରୁଦ୍ର ପ୍ରସାଦ କର, ନିରଞ୍ଜନ ସ୍ୱାଇଁ, ସୌମ୍ୟରଞ୍ଜନ ମିଶ୍ର, ଦ୍ରବ୍ୟ ଓ ସେବାକର ବିଭାଗର ସ୍ୱତନ୍ତ୍ର ଆୟୂକ୍ତ ପ୍ରମୋଦ କୁମାର ମହାନ୍ତି, ଅତିରିକ୍ତ ଆୟୂକ୍ତ ସୁଶାନ୍ତ ରାଉତ, ପୂର୍ବତନ ସ୍ୱତନ୍ତ୍ର ଆୟୂକ୍ତ ଆନନ୍ଦ ଶତପଥୀ, ପୂର୍ବତନ ଅତିରିକ୍ତ ଆୟୂକ୍ତ ଜୟନ୍ତ ଦାସ, କୌସ୍ତୁଭ ଚୌଧୁରୀ, ଶୁଭାନନ୍ଦ ମହାନ୍ତି, ଗୀତାଞ୍ଜଳୀ ଦାସ, ସୌମ୍ୟଶିବ ମହାନ୍ତି, ଶୁଭାଷୀଷ ମହାନ୍ତି, ପ୍ରଦୀପ୍ ପଟ୍ଟନାୟକ, ଯଦୁମଣୀ ସାହୁ, କୈଳାସ ଶର୍ମା, ମିତାଲୀ ଜ୍ୟୋଷ୍ଠା ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *