କଟକ ଜିଲ୍ଲା ପାଇଁ ୫୮ଜଣଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ମିଳିଲା ନିଯୁକ୍ତି


କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କଟକ ଜିଲ୍ଲା ପାଇଁ ୫୮ଜଣ ନବ ନିଯୁକ୍ତ ଅଫିସ ସହାୟକ ଭାବରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଜିଲ୍ଲା ଶିକ୍ଷା ମଣ୍ଡଳମାନଙ୍କରେ ନିଯୁକ୍ତି ଦିଆଯାଇଛି । ୫୮ଜଣ ପ୍ରାର୍ଥୀଙ୍କୁ ରେଭେନ୍ସା କଲି ଜିଏଟ ସ୍କୁଲ ଠାରେ କାଉନସେଲିଂ ପାଇଁ ଡାକରା ଯାଇଥିଲା । ସେମାନଙ୍କ ମଧ୍ୟରୁ ନିଜ ମନ ପସନ୍ଦର ବିଦ୍ୟାଳୟ ତଥା ବିଇଓ ଅଫିସ ମାନଙ୍କରେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ଚଳିତ ମାସ ୨୮ ତାରିଖରୁ କାର୍ଯ୍ୟ କରିହେବ । ଏହି ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟ କ୍ରମରେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାଏ, କଲିଯିଏଟ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଗତି ପଣ୍ଡାଙ୍କ ସମେତ ଡିଇଈ କାର୍ଯ୍ୟାଳୟର ବରିଷ୍ଠ ସହାୟକ ପ୍ରଦୀପ ପଟ୍ଟନାୟକ, ଦୀକ୍ଷିତ ସ୍ୱାଇଁ, ତ୍ରିଲୋଚନ ଦତ୍ତ, ଭବାନୀ ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *