କଟକ ଜିଲ୍ଲା କପୁରସିଂ ଠାରେ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍‍ଘାଟିତ

କଟକ ଜିଲ୍ଲା କପୁରସିଂ ଠାରେ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍‍ଘାଟିତ

News by Maheswar Behera (Athagarh)

#ଆଠଗଡ଼(ଏନ୍‍.ଏମ୍‍.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କପୁରସିଂ ଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ୍ସ ଓ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଯୋଗଦେଇ କ୍ରିକେଟ ଉତ୍କର୍ଷତା କେନ୍ଦ୍ରକୁ ଉଦ୍‍ଘାଟନ କରିଥିଲେ । ମୂଖ୍ୟଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କ୍ରାନ୍ତି ବେହେରା, ଓଡ଼ିଆ କ୍ରିକେଟ ଖେଳାଳୀ ପ୍ରଜ୍ଞାନ ଓଝା, ଓସିଏ ସମ୍ପାଦକ ସଞ୍ଜୟ କୁମାର ବେହେରା, ଓଡ଼ିଶା ଫୁଟବଲ୍ ଆସୋସିଏସନ ସମ୍ପାଦକ ଆଶିର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ୍ସ ପକ୍ଷରୁ ୪୦ କୋଟି ବ୍ୟୟରେ ୩୦ ଏକର ପରିମିତ ଜାଗାରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି । ୩ବର୍ଷରେ ଏହା ସମ୍ପୂର୍ଣ୍ଣ କରାଯିବା ସହ ଏହା ଭିତରେ କ୍ରିକେଟର ଆନ୍ତର୍ଜାତୀୟ ଉତ୍କର୍ଷ କେନ୍ଦ୍ର କରାଯିବ । ଏଠାରେ ମୂଖ୍ୟତଃ କ୍ରିକେଟର ମାନଙ୍କ ପାଇଁ ସମସ୍ତ ବିଭାଗର ପ୍ରଶିକ୍ଷଣ ଦିଆଯିବା ସହ ଅନ୍ୟ ଖେଳର ମଧ୍ୟ ପ୍ରଶିକ୍ଷଣ ଦିଆଯିବା ନିମନ୍ତେ ସମସ୍ତ ବ୍ୟବସ୍ଥା ରହିବ ବୋଲି ଏମଜିଏମ ସ୍ପୋର୍ଟ୍ସ ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି କହିଛନ୍ତି । ଏହି ଷ୍ଟାଡ଼ିୟମର ଉଦ୍ଘାଟନି ଅବସରରେ ଓଡ଼ିଶା ଏବଂ ଛତିଶଗଡ଼ ସିନିୟର୍ ରଞ୍ଜି ଖେଳାଳୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଖେଳା ଯାଇଥିଲା । ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବା ସହ ଖେଳାଳିମାନଙ୍କୁ ଆନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା, ପ୍ରଜ୍ଞାନ ଓଝା ଉତ୍ସାହିତ କରିଥିଲେ । ଏହା ସହ ଯୁବ ଖେଳାଳି, ମହିଳା ଖେଳାଳିଙ୍କ ପାଇଁ ଏହି ଷ୍ଟାଡିୟମ ଅନେକ ଲାଭଦାୟକ ହେବାସହ ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *