କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ

କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କେନ୍ଦ୍ର ବିଜେପି ଶାସିତ ମୋଦୀ ସରକାରଙ୍କ ଷଡ଼ଯନ୍ତ୍ର ତଥା ଅଗଣତାନ୍ତ୍ରିକ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତରବରିଆ ଭାବେ ଲୋକସଭାର ସଭ୍ୟପଦ ରଦ୍ଦ ଓ ସରକାରୀ କ୍ୱାର୍ଟର୍ ତୁରନ୍ତ ଖାଲି କରିବା ନିର୍ଦ୍ଦେଶ ବିରୋଧରେ ଆଜି ବର୍ଷିଛନ୍ତି କଟକ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ । ସେ କହିଥିଲେ ରାହୁଲ ଗାନ୍ଧିଙ୍କର ଲକ୍ଷ୍ୟ ହେଲା ଗଣତାନ୍ତ୍ରିକ ପଦ୍ଧତିକୁ ରକ୍ଷା କରିବା ଓ ସତ୍ୟ ପାଇଁ ଲଢ଼େଇ କରିବା । ତାଙ୍କୁ ଆଜୀବନ ଅଯୋଗ୍ୟ କରିଦେଲେ କିମ୍ବା ସବୁଦିନ ପାଇଁ ଜେଲ ପଠାଇ ଦେଲେ ବି ସେ ସତ୍ୟ କହିବା ଜାରି ରଖିବେ । ଇପିଏଫଓ, ଏଲଆଇସି, ଏସବିଆଇ ଭଳି ବଡ଼ ବଡ଼ ସରକାରୀ ସଂସ୍ଥାର ସାଧାରଣ ଲୋକଙ୍କ ଜମା ଟଙ୍କା ଆଦାନୀ ଗ୍ରୁପରେ ଲାଗିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ସାଂସଦ ରାହୁଲ ଗାନ୍ଧୀ । ଲୋକମାନଙ୍କ ଅବସରକାଳୀନ ପାଣ୍ଠିକୁ କାହିଁକି ଆଦାନି କମ୍ପାନୀରେ ନିବେଶ କରାଯାଇଛି ତାହା ଉପରେ ତଦନ୍ତ ନାହିଁ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବ ବି ନାହିଁ । କ’ଣ ପାଇଁ ଆଦାନୀ ପ୍ରତି ଏତେ ଭୟ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ଆଦାନୀ ଗ୍ରୁପ ବିରୋଧରେ ସେୟାର ମୂଲ୍ୟ ହେରଫେର, ଜାଲ କମ୍ପାନୀ ଗଠନ ଓ ଜାଲ୍ ଆକାଉଣ୍ଟ ଆଦି ସଙ୍ଗୀନ ଅଭିଯୋଗ ରହିଛି । ସାଧାରଣ ଲୋକଙ୍କ ଅର୍ଥକୁ ଗୌତମ ଅଦାନୀ କମ୍ପାନୀ ମାନଙ୍କୁ ଟେକିଦେଇ ଥିବାର ପ୍ରମାଣ ଚପାଇଦେବାକୁ ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ନକରାଇବାକୁ ତାଙ୍କ ସଭ୍ୟପଦ ରଦ୍ଦ କରି କ୍ୱାଟର ମଧ୍ୟ ତୁରନ୍ତ ଖାଲି କରିବା ନିର୍ଦ୍ଦେଶକୁ ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଦେଶର ଏକମାତ୍ର ଦଳ ବିଜେଡି ମୋଦୀ ସରକାର ନିଷ୍ପତ୍ତିର ସମର୍ଥନ କରୁଛି ବୋଲି ଶ୍ରୀ ପଟ୍ଟନାୟକ ଆକ୍ଷେପ କରିବା ସହ ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଲିଙ୍କରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ମନୋଜ ବିଶ୍ୱାଳ, ସାରଦା ପ୍ରସନ ସ୍ୱାଇଁ ଜିଲ୍ଲା ମୁଖପାତ୍ର ଅଶୋକ ସ୍ୱାଇଁ, ପ୍ରୀୟଜୀତ୍ ରାୟ, ଡା ବିପ୍ଳବ ଶିଳାଦିତ୍ୟ, ଶିଶିର ରଥ, କଟକ ସଦର କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *