କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ


କଟକ(ଏନ୍‌.ଏମ୍‌.): ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କଟକ ତରଫରୁ ସିଏମସି ୪୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ଜଗତପୁରସ୍ଥିତ ନିମପୁର ଲୋଡାଲ୍ ହାଇସ୍କୁଲରେ (ଲିଟଲ ଲିଗାଲ କ୍ଲବ)ଆଇନ୍ ସାଖ୍ୟ କ୍ଲବ୍‌ର ଛାତ୍ର ଛାତ୍ରୀ ଏବଂ ସଦସ୍ୟଙ୍କୁ ନେଇ ମିଳିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସିନିୟର୍ ଜଜ୍ ସଚିବ ଜଗଦୀଶ ଚନ୍ଦ୍ର ଜେନା ଯୋଗ ଦେଇ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ନାମାଙ୍କନ ଆଇନ୍ ଥିବା ବ୍ୟବସ୍ଥା ଆଲୋକପାତ କରିବା ସହିତ ପୀଡ଼ିତ ବ୍ୟକ୍ତିଙ୍କୁ ନେଇ ଥାନାରେ ଲିଖିତ ଅଭିଯୋଗ ଦେବାରେ ସହଯୋଗ କରିବା, କେଉଁ କୋର୍ଟରେ କେଉଁ କେଉଁ କେସ୍‌ର ବେଲ୍ ମିଳେ ସେ ବିଷୟରେ ବୁଝାଇବା ସହିତ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପାରା ଲିଗାଲ ଭଲ୍ୟୁଣ୍ଟର ଲୋକନାଥ ଶତପଥୀ ଓ ଅକ୍ଷୟ ନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *