କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକ-ଶିକ୍ଷୟତ୍ରୀମାନେ ରାଷ୍ଟ୍ର ଗଠନରେ ସଦା ସର୍ବଦା ଗଠନମୂଳକ ଭୂମିକା ନିର୍ବାହ କରିଆସିଛନ୍ତି । ଶିକ୍ଷାୟତନର ସାମଗ୍ରିକ ପ୍ରଗତିରେ ଶିକ୍ଷକମାନଙ୍କର ଯୋଗଦାନ ଅନନ୍ୟ । ଶିକ୍ଷାଦାନ ପ୍ରକ୍ରିୟାକୁ ବୋଧଗମ୍ୟ କରିବା ଭଳି ମାନସିକତାର ଆବଶ୍ୟକତାକୁ ଏକ ଚିନ୍ତାମୁକ୍ତ ମନ ଅପରିହାର୍ଯ୍ୟ । ଶିକ୍ଷକ ସାମାଜର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏ ଦିଗରେ ଏକ ଫଳପ୍ରଦ ପ୍ରୟାସ ବୋଲି ବିବେଚନା କରାଯାଉଛି ବୋଲି କଟକ ଜିଲ୍ଲା ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଠଗଡ ଓ ତିଗିରିଆ ବ୍ଲକର ୨୨ଗୋଟି ଅଭିଯୋଗର ଶୁଣାଣି କରି ଶିକ୍ଷକମାନେ ସୁସ୍ଥ ବାତାବରଣରେ ବିନା ମାନସିକ ଚାପରେ ଶିକ୍ଷାଦାନ କଲେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ହେବା ସହ ପ୍ରଭୂତ ଉନ୍ନତି ସାଧିତ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ ।
ସୂଚନାଯୋଗ୍ୟ ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ମାନଙ୍କ ଆପତ୍ତି ଅଭିଯୋଗ ଗୁଡିକୁ ବିଚାରକୁ ନେଇ ଏହାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ଏଥିନିମନ୍ତେ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇ ଚଳିତ ସେପ୍େଟମ୍ବର ୯ତାରିଖରେ ନିଆଳି କଣ୍ଟାପଡା ଓ ବାରଙ୍ଗ,୧୬ ତାରିଖରେ ବଡମ୍ବା ଓ ନରସିଂହପୁର,୨୩ ତାରିଖରେ ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି, ୩୦ ତାରିଖରେ ବାଙ୍କୀ ଓ ଡମପଦା ଏବଂ ଅକ୍ଟୋବର ୭ ତାରିଖରେ ସାଲେପୁର ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳର ବିଦ୍ୟାଳୟ ଗୁଡିକର ଶିକ୍ଷକ-ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନଙ୍କ ଅଭିଯୋଗ ଶୁଣାଣି କରାଯିବାକୁ ଧାର୍ଯ୍ୟ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ତହସିଲଦାର ତିଗିରିଆ ପ୍ରମୋଦ କୁମାର ବାସ୍କେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ବ୍ଲକ ଶିକ୍ଷା ଅଧିକାରୀ ଆଠଗଡ ବିଜୟଲକ୍ଷ୍ମୀ ସାମଲ, ବ୍ଲକ ଶିକ୍ଷା ଅଧିକାରୀ ତିଗିରିଆ ପ୍ରିୟରଞ୍ଜନ ହୋତା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବିଦ୍ୟାପୀଠ ଅମର ମହାରଣା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କଟକ ସଦର ଲକ୍ଷ୍ମଣ କୁମାର ବେହେରା, ଆଠଗଡ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ଭାରପ୍ରାପ୍ତ ସହକାରୀ ସୂଚନା ଅଧିକାରୀ ଅଭିରାମ ଦାସ, ମିଶନ ଜିରୋ ଏଫ ଜିଲ୍ଲା ମୁଖ୍ୟ ରଶ୍ମିତା ମିଶ୍ର, ଜିଲ୍ଲା ସଂଯୋଜିକା ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଖାନନଗର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *