କଟକ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ

କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ୨୦୧୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତପୂର୍ବକ ଶୁଭେଛା ଜଣାଇଛନ୍ତି। ବିଧି ମୁତାବକ ବିକାଶମୂଳକ ତଥା ଜନକଲ୍ୟାଣମୂଳକ ପ୍ରଶାସନର ଧାରାକୁ ଆଗେଇ ନେବା ଦିଗରେ ପ୍ରୟାସ ଜାରି ରହିବ ବୋଲି ନୂତନ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମତ ଦେଇଛନ୍ତି। ଜନସାଧାରଣଙ୍କ ନିକଟରେ ସରକାରଙ୍କ ସେବା ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା। ଆଧୁନିକ ଜ୍ଞାନକୌଶଳ ସହ ତାଳ ଦେଇ ନିଜକୁ ଅଧୁନାତନ କରିବା ଏବଂ ତ୍ୱରିତ ବେଗରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ଶିନ୍ଦେ ପରାମର୍ଶ ଦେଇଛନ୍ତି। କଟକ ଜିଲ୍ଲାପାଳ ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ ଶିନ୍ଦେ ମୟୂରଭ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଅନେକ ସଫଳତା ସାଉଁଟିଛନ୍ତି।

Leave a Reply

Your email address will not be published. Required fields are marked *