କଟକ ଜିଲ୍ଲାରେ ଏବେ ଦେଖିବାକୁ ମିଳିଛି ବାଘର ଆତଙ୍କ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଏବେ ଦେଖିବାକୁ ମିଳିଛି ବାଘର ଆତଙ୍କ । ତେବେ ଏହି ବାଘଟି କେଉଁଠି ଆସିଲା ତାହାର ସଠିକ ଖବର ଜଣ ପଡ଼ିନାଥବା ବେଳେ ବନ ବିଭାଗ ପକ୍ଷରୁ ବାଘ ଖୋଜ ଚାଲିଛି। କଟକ ଜିଲ୍ଲାର ନିଶ୍ଚିନ୍ତ କୋଇଲି ବ୍ଲକ ରଘୁନାଥପୁରରେ ଘାରିଛି ବାଘ ଆତଙ୍କ। ରଘୁନାଥପୁର ନିକଟସ୍ଥ ଶ୍ରୀଲୋ ଠାରେ ବାଘ ଆତଙ୍କରେ ଗ୍ରାମବାସୀ ଭାୟାଭିତ । ଗତକାଲି ରାତି ପ୍ରାୟେ ୯ ଟା ବେଳେ ପାଖ ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଥିବା ବେଳେ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଏହା ଏକ ଚିତା ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ସୂଚନା ମିଳିଛି। ସେପଟେ ବନବିଭାଗ ଖବର ପାଇ ବାଘ କୁ ଧରିବା ପାଇଁ ତଲାସୀ ଜାରି ରଖିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବାଘକୁ ଧରିବାରେ ସକ୍ଷମ ହୋଇ ପାରି ନାହିଁ ବନବିଭାଗ। ସୂଚନା ଯୋଗ୍ୟଯେ କଟକ ଭଳି ଗୋଟିଏ ବିକଶିତ ଜିଲ୍ଲାରେ ଏହି ଭଳି ବାରମ୍ବାର ବନ୍ୟଜନ୍ତୁଭିକ ଅବାଧ ପ୍ରବେଶ ଜିଲ୍ଲାବାସୀଙ୍କୁ ଭୟବିତ୍ତ କରୁଛି। କେତେବେଳ ହାତୀତ କେତେବେଲେ ବାରହା, ଆଉ କେତେବେଳେ ବାଘ ଯାହାକୁ ନେଇ ଚିନ୍ତାରେ ଜନସାଧାରଣ। ଏହି ସମୟରେ ବନବିଭାଗ ବେଧଡ଼କରେ ରହିବା ଲୋକଙ୍କ ଧାନ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏନେଇ ଜିଲା ବନବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ଲୋଡାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *