କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଋତୁସ୍ରାବ ହେଲେ ମହିଳା ପାଇବେ ଦିନେ ଛୁଟି


କଟକ(ଏନ୍‌.ଏମ୍‌.): ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସମାଜସେବୀ ନମ୍ରତା ଚଢ଼ା କହିଛନ୍ତି, କର୍ମଜୀବୀ ମହିଳାମାନଙ୍କର ବହୁ ଦିନରୁ ଛୁଟି ପାଇଁ ଦାବି ହୋଇ ଆସୁଥିଲା। ଆଜି ଉପମୁଖମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ଏହା ଏକ ସୁନ୍ଦର ଓ ଅଭିନବ ପଦକ୍ଷେପ। ସେଥିପାଇଁ ଉପ ମୁଖମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

Leave a Reply

Your email address will not be published. Required fields are marked *