News by Padmalochan Mishra (Cuttack)

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

News by Padmalochan Mishra (Cuttack)
Advertisement

#କଟକ(ଏନ୍‌.ଏମ୍‌.): ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ଥାନୀୟ ବାଦାମବାଡ଼ି ଠାରେ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଶକ୍ତି, ଶିଳ୍ପ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କ୍ୟାବିନେଟ୍ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍‌ଘାଟନ କରି ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଥିବାରୁ ଟିପିସିଡିଏଲ୍‌ର କମର୍ଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ସେମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ଏବଂ ଯେ କୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ୍‌, ସିଏମସି ମେୟର ସୁବାଷ ଚନ୍ଦ୍ର ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମୋନ ଉପସ୍ଥିତ ଥିଲେ ।
କମ୍ପାନୀର ନିୟମିତ କମର୍ଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ବୈଷୟିକ ଦକ୍ଷତାକୁ ସୁଦୃଢ଼ କରିବା ଏବଂ ସେଥିରେ ଉନ୍ନତି ଆଣିବା ପାଇଁ ବିକାଶମୂଳକ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟିପିସିଓଡିଏଲ୍‌ର ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି) କଟକ ସର୍କଲର ବିଭିନ୍ନ ସେକ୍ସନ, ସବ୍‌-ଡିଭିଜନ ଏବଂ ଡିଭିଜନ କାର୍ଯ୍ୟାଳୟର ଆବଶ୍ୟକତା ପୂରଣ କରିବ । ଏହି କେନ୍ଦ୍ରରେ ଶ୍ରେଣୀ ଗୃହ ପ୍ରଶିକ୍ଷଣ, ସମସ୍ତ ପ୍ରକାର ବଣ୍ଟନ ଉପକରଣର ଉନ୍ନତ ବ୍ୟବସ୍ଥା ରହିଛି ଏବଂ ଏଠାରେ କମର୍ଚାରୀମାନଙ୍କ ଲାଗି ସୁଯୋଗ ରହିଛି ଯେଉଁ ଠାରେ କମର୍ଚାରୀମାନେ ପ୍ରତ୍ୟକ୍ଷ ତାଲିମ ପାଇ ପାରିବେ । ପୂର୍ବରୁ ଭୁବେନଶ୍ୱରରେ ସ୍ଥାପନ କରାଯାଇଥିବା କେନ୍ଦ୍ର ଭଳି ଏହି କେନ୍ଦ୍ର ମଧ୍ୟ ଶ୍ରମ ଶକ୍ତି ଏବଂ ବୈଷୟିକ କମର୍ଚାରୀମାନଙ୍କ ଲାଗି ଏକ ଶ୍ରେଷ୍ଠ ପ୍ଲାଟଫର୍ମ ସାବ୍ୟସ୍ତ ହେବ ବୋଲି କୁହାଯାଇଛି । ଏହା ସହରାଞ୍ଚଳ ଓ ଗ୍ରାମାଞ୍ଚଳର କର୍ମଚାରୀମାନଙ୍କୁ ନୂଆ ପ୍ରକ୍ର୍ରି୍ରୟା ଶିଖିବା ଓ ତାହାର ଅଭ୍ୟାସ କରିବାରେ ସହାୟକ ହେବ ଯାହା ଜରିଆରେ ସେମାନେ ନିଜର ସାମଗ୍ରିକ ଦକ୍ଷତାକୁ ଆହୁରି ଶାଣିତ କରି ପାରିବେ । ଏହାର ସମସ୍ତ କର୍ମଚାରୀମାନଙ୍କ ଜ୍ଞାନ ଓ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ନିଜ ଲାଇସେନ୍ସପ୍ରାପ୍ତ ଅଞ୍ଚଳ ଅଧିନରେ ଥିବା ଅବଶିଷ୍ଟ ତିନି ବିଦ୍ୟୁତ୍ ସର୍କଲରେ ଏଭଳି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ଲାଗି ଟିପିସିଓଡିଏଲ୍ ଯୋଜନା ରଖିଛି ବୋଲି ଅତିଥିମାନେ କହିଥିଲେ । ତେବେ ୨୦୨୨ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ଠାରେ ପ୍ରଥମ କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଥିଲା ।

By admin

Leave a Reply

Your email address will not be published. Required fields are marked *