କଟକରେ କଂଗ୍ରେସରେ ମିଶ୍ରଣ ପର୍ବ

କଟକରେ କଂଗ୍ରେସରେ ମିଶ୍ରଣ ପର୍ବ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ.ଏମ୍‌.): ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ, ସିପିଆଇ ଓ ସିପିଏମ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ଆଜି ଅନୁଷ୍ଠାନିକ ଭାବେ କଂଗ୍ରେସ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ସାଇଦାନୀ ବଗିଚା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପୌରହିତ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ କଟକ ପୌର ନିଗମର ମିଳିତ ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ଗିରିବାଳା ବେହେରାଙ୍କ ସମେତ ୧୧ ଗୋଟି ୱାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କର ନାମ ତାଲିକା ଘୋଷଣା କରାଯାଇଛି । ତିନି ଦଳର ନେତୃବୃନ୍ଦଙ୍କୁ ନେଇ ଆଗାମୀ ପୌର ନିର୍ବାଚନ ପାଇଁ ସମନ୍ୱୟ କମିଟି ଜରିଆରେ ପ୍ରଚାର କାର୍ଯ୍ୟ କରାଯିବାକୁ ସ୍ଥିର କରାଗଲା । ସାମ୍ବାଦିକ ସମ୍ମିଳନୟରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ଅଶୋକ ସାମଲ, ସିପିଆଇ ଜିଲ୍ଲା ସମ୍ପାଦକ ଅମରେନ୍ଦୁ ମହାନ୍ତି, ନିକୁଞ୍ଜ ପସାୟତ, ବିଶ୍ୱଜିତ ଦାସ, ଶୈଳବାଳା ଜେନାଙ୍କ ସମେତ କଟକ ନଗର କଂଗ୍ରେସର ସମସ୍ତ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଜୁ ଜନତା ଦଳର ସଂଖ୍ୟାଲଘୁ ଉପ-ସଭାପତି ଅଫତାବ ନୁର, ସଂପାଦକ ସେକ ରେହମତ, ମିରାଜୁଲ ହୁସେନୀ, ଅବଦୁର ସୁକୁରଙ୍କ ସମେତ ସଂଖ୍ୟାଧିକ ବିଜୁ ଜନତା ଦଳ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ମିଶ୍ରଣ ପର୍ବରେ ସାମିଲ ହୋଇଥିବା ବିଜେଡି କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀୟ ଜାତୀୟ କଂଗ୍ରେସର ନୀତି, ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଧାୟକ ଇଂ. ମୋକିମଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *