କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦ ପକ୍ଷରୁ କଟକ ମହାନଗର ନିଗମରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବିଶିଷ୍ଟ ବସ୍ତି ନେତା ତଥା ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ସମର୍ଥନ ଜ୍ଞାପନ କରାଯାଇଛି । ତେବେ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ଆଜାଦ ହିଁ ଏକମାତ୍ର ବ୍ୟକ୍ତି ଯିଏ କଟକର ସମସ୍ତ ଆଦିବାସୀ ସମାଜ ପାଇଁ ଅହରହ ସଂଗ୍ରାମ କରି ଆସିଛନ୍ତି । ଆଦିବାସୀ ଓ ବସ୍ତିବାସିନ୍ଦାଙ୍କ ପାଇଁ ଭତ୍ତା, ରାସନକାର୍ଡ, ଅନ୍ତୋଦୟ କାର୍ଡ କରିବା ସହିତ କଟକରେ ଆସିବାସୀଙ୍କ ସାଂସ୍କୃତି ବଞ୍ଚାଇ ରଖିବା ନିମନ୍ତେ ସହରାଇ, ବାହାବଙ୍ଗା, ମାମଣେ ଇତ୍ୟାଦି ପାରମ୍ପରିକ ପର୍ବର ପାଳନ କରିବା ଏବଂ ଆଦିବାସୀ ଫୁଟବଲ ପ୍ରତିଯୋଗିତା କରି ଆସିଛନ୍ତି । ସେ ଏଥର ପୌର ନିର୍ବାଚନରେ ସିଏମସି ମେୟର ନିର୍ବାଚନ ଜିତିଲେ ଆଦିବାସୀଙ୍କ ପିତୃଶ୍ରାଦ୍ଧ ପାଇଁ ଦାମୋଦର ଘାଟ କରିବା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେମିତି ଆଦିବାସୀଙ୍କ ପୂଜାସ୍ଥଳୀ ଜାହେର ଗାଳ ପାଇଁ ଆର୍ôଥକ ସାହାଯ୍ୟ ଦିଆଯାଉଛି ସେମିତି କଟକରେ ମଧ୍ୟ ଦିଆଇବା, ସାନ୍ତାଳି ଭାଷା ଅଳଚିକ ସମ୍ବିଧାନ ସ୍ୱୀକୃତ ହୋଇଥିବାରୁ ନିୟମତଃ ଯେଉଁ ବିଦ୍ୟାଳୟରେ ୨୦ରୁ ଅଧିକ ପିଲା ପଢୁଛନ୍ତି ସେଠି ଅଳଚିକ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି ଉଠାଇବେ । ଯାହାଦ୍ୱାରା ନିଜ ମାତୃଭାଷାରେ ଆଦିବାସୀ ପିଲା ଶିକ୍ଷା ଲାଭ କରିବା ସହିତ ଆଦିବାସୀ ଶିକ୍ଷକ ଭାବେ ଆସିବାସୀ ବେକାର ଯୁବକ ଯୁବତୀମାନେ ଚାକିରୀ ମଧ୍ୟ ପାଇ ପାରିବେ । ତେଣୁ କଟକ ସହରରେ ରହୁଥିବା ସମସ୍ତ ଆଦିବାସୀ ଶ୍ରୀ ଆଜାଦଙ୍କୁ ସମର୍ଥନ କରିବା ପାଇଁ ମଧ୍ୟ ପରିଷଦ ଆହ୍ୱାନ କରିଛି । ଏହି ବୈଠକରେ ପରିଷଦର ଆବାହକ ସୁରେଶ ମୁର୍ମୁ, ପାଗାନ ମୁର୍ମୁ, ମଦନ ସୋରେନ, ତୁଳସୀ ସୋରେନ, ଦୁଲି ମୁର୍ମୁ,ପାର୍ବତୀ ମୁର୍ମୁ, ସାଧୁ ମାରାଣ୍ଡି, ଗୀତା ହାଁସଦା ପ୍ରମୁଖ ପରିଷଦର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *